ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମ ପରିବେଶକୁ ଉତ୍ତପ୍ତ କରି ଦେଇଛି। ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀ ତ୍ରାହି ତ୍ରାହି ଡାକୁଛନ୍ତି। ଖରା ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଥିବା ବେଳେ ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ଏପରିକି ଏହି ତାତିରେ ମଧ୍ୟ ବସରେ ସିଟ ଅପେକ୍ଷା ଅଧିକ ଯାତ୍ରୀ ଚଢୁଛନ୍ତି। ଯାହା ଫଳରେ ଯାତ୍ରୀମାନଙ୍କର ଶ୍ୱାସ ରଦ୍ଧ ହୋଇଯାଉଛି। କେତେ ଲୋକମାନେ ମଧ୍ୟ ଅଣନିଶ୍ୱାସୀ ହୋଇପଡିଛନ୍ତି। ତେଣୁ ଏହି ସବୁ ଘଟଣା ଏବଂ ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ମାର୍ଗଦର୍ଶିକା ଅନୁଯାୟୀ, ସମସ୍ତ ବସରେ ରହିବ ପାନୀୟ ଜଳ ବ୍ୟବସ୍ଥା। ବରଫ ପ୍ୟାକ୍ ସହ ପ୍ରାଥମିକ ଚିକିତ୍ସା କିଟ୍ ମଧ୍ୟ ରହିବ । ଓଆରଏସ ମଧ୍ୟ ବସରେ ରଖାଯିବ। ବସ୍ଷ୍ଟପ୍ରେ ପର୍ଯ୍ୟାପ୍ତ ବିଶ୍ରାମ ସ୍ଥାନ ଯୋଗାଇ ଦିଆଯିବ। ଯଦି କୌଣସି ବସ୍ ଡ୍ରାଇଭର ଅଧିକ ଯାତ୍ରୀ ନେଲେ ତା’ ବିରୋଧରେ ଦୃଢ ପଦକ୍ଷେପ ନିଆଯିବ।