ଅନୁଗୋଳ ; ଅନୁଗୋଳ ଜିଲ୍ଲା ଟିକରପଡା ସ୍ଥିତ ସାତକୋଶିଆ ଗଣ୍ଡରେ ଏକ ବିରାଟ କୁମ୍ଭୀରର ମୃତଦେହ ପଡରହିଛି । କୁମ୍ଭୀରଟିର ବୟସ କେତେ ଏବଂ ତାର ମୃତ୍ୟୁ କିପରି ହେଲା, ସେନେଇ କୌଣସି ସୂଚନା ମିଳିପାରି ନାହିଁ। ତେବେ ଗତକାଲି ଠାରୁ ସାତକୋଶିଆ ଗଣ୍ଡ ନିକଟରେ ଏକ ବିରାଟ କୁମ୍ଭୀରର ମୃତଦେହ ପଡିଥିବା ବେଳେ ଏନେଇ ବନବିଭାଗ ପାଖରେ କୈାଣସି ଖବର ନଥିବା ଜଣାପଡିଛି ।
ସୂଚନା ଅନୁସାରେ ସାତକୋଶିଆ ବାଲିପୁଟ ଠାରୁ ରାଣୀଭୂଇଁ ମଧ୍ୟରେ ଏକ ବିରାଟ କୁମ୍ଭୀର ପଡିଥିବା କିଛି ଲୋକ ଦେଖିବାକୁ ପାଇଥିଲେ ଏବଂ ପାଖକୁ ଯାଇ ଦେଖିଲା ବେଳକୁ କୁମ୍ଭୀରଟିର ମୃତ୍ୟୁ ହୋଇସାରିଥିଲା । ତେବେ କୁମ୍ଭୀରଟିର ମୃତ୍ୟୁ କିପରି ହେଲା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ଏନେଇ ବନ ବିଭାଗ କର୍ମଚାରୀ କିପରି ଜାଣିପାରିଲେ ନାହିଁ, ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।