ନୂଆଦିଲ୍ଲୀ: ଦୁନିଆରେ ଅନେକ ବଡ ଦେଶ ସହ ଟାରିଫ ୱାର ଆରମ୍ଭ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ବନ୍ଧୁ ଖୋଜିବାରେ ଲାଗିଛନ୍ତି । ଖବର ଏହା ଯେ, ସେ ଖୁବ୍ ଶୀଘ୍ର ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନଙ୍କ ସହ ଯୋଗାଯୋଗ କରି ପାରନ୍ତି । ଖୋଦ୍ ଟ୍ରମ୍ପ ଏହାର ସୂଚନା ଦେଇଛନ୍ତି । ଅନ୍ୟପଟେ ଟ୍ରମ୍ପ ଏପ୍ରିଲ ୨ରୁ ଟାରିଫ ଲାଗୁ କରିବାକୁ ଘୋଷଣା କରିଛନ୍ତି । ଏଥିରେ ସବୁଠୁ ଅଧିକ ପ୍ରଭାବ ଭାରତ ଓ ଚୀନ ସମେତ ୧୨ ଦେଶ ଉପରେ ପଡିପାରେ ।
ଟାରିଫ ୱାର ବ୍ୟତୀତ ଟ୍ରମ୍ପ ଗାଜା ଓ ଇରାନ ଉପରେ ମଧ୍ୟ କଡା ଆଭିମୁଖ୍ୟ ଆପଣେଇଛନ୍ତି । ସେ କଏଦୀଙ୍କ ପ୍ରସଙ୍ଗରେ ପାଲେଷ୍ଟାଇନ ଗ୍ରୁପ ହମାସକୁ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ପରମାଣୁ କାର୍ଯ୍ୟକ୍ରମକୁ ନେଇ ଇରାନକୁ ମଧ୍ୟ ବୋମାମାଡର ଧମକ ଦେଇଛି । ଏହା ବ୍ୟତୀତ ଟ୍ରମ୍ପ ୟମନ ଉପରେ ବିଦ୍ରୋହୀ ଗ୍ରୁପ ହୁତି ଉପରେ ମଧ୍ୟ ଆକ୍ରମଣ କରିଛନ୍ତି ।
ଟ୍ରମ୍ପଙ୍କ ମତରେ କିମ ଜୋଙ୍ଗ ଉନଙ୍କ ସହିତ ତାଙ୍କର ଭଲ ସଂପର୍କ ରହିଛି । ତେଣୁ କିମଙ୍କ ସହ ତାଙ୍କର ଆଲୋଚନା ହେବା ଉଚିତ୍ । ଉତ୍ତର କୋରିଆ ଏକ ବଡ ପରମାଣୁ ସଂପନ୍ନ ଦେଶ ଓ କିମ ଜୋଙ୍ଗ ଉନ ଜଣେ ବହୁତ ବୁଦ୍ଧମତାର ବ୍ୟକ୍ତି । କିମ ଜୋଙ୍ଗ ଉନଙ୍କ ସହିତ ମୋର ବହୁତ ସଂପର୍କ ରହିଛି । ଆପଣଙ୍କୁ ଏହି ଖବର ଖରାପ ଲାଗିପାରେ କାରଣ କିମ ଜୋନ ଉନଙ୍କ ସହିତ ଆମର ସଂପର୍କ ଭଲ ରହିବା ଉଚିତ୍ ।