ପୁରୀ : କାଲିଠୁ ୩ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ତାର ମରାମତି ତଥା ସଂରକ୍ଷଣ କାମ ବନ୍ଦ ରହିବ। ପ୍ରାୟ ୪ ଦିନ କାମ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଖସାପଡ଼ାଲାଗି ଓ ବନକଲାଗି ନୀତି ପାଇଁ କାମ ବନ୍ଦ ରଖାଯିବା ନେଇ ସୂଚନା ରହିଛି। ପୂର୍ବରୁ ମଧ୍ୟ ମାର୍ଚ୍ଚ ୯ରୁ ୧୫ ଯାଏଁ ଅର୍ଥାତ ଫଗୁଦଶମୀରୁ ହୋଲି ଉତ୍ସବ ପାଇଁ ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୀତିକୁ ଦୃଷ୍ଟିରେ ରଖି ରତ୍ନଭଣ୍ତାର ମରାମତି କାର୍ଯ୍ୟ ରହିଥିଲା। ଗତ ଡିସେମ୍ବର ମାସରୁ ରତ୍ନଭଣ୍ଡାର ମରାମତି ଆରମ୍ଭ ହୋଇଥିବା ବେଳେ, ଫେବ୍ରୁଆରୀ ମାର୍ଚ୍ଚ ଭିତରେ ସାରିବାକୁ ସ୍ଥିର ହୋଇଥିଲା। ଭିତର ରତ୍ନଭଣ୍ଡାରର ମରାମତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଟାଣ ମରାମତି ଓ ଗ୍ରାଉଟିଂ ସରିଥିବା ବେଳେ କାନ୍ଥରେ ଖରାପ ପଥର ବଦଳାଇ ଲଗାଯାଇଛି ନୂଆ ପଥର କିନ୍ତୁ ନିର୍ଦ୍ଧାରିତ ସମୟ ଭିତରେ ମରାମତି ସରିବ ନାହିଁ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।