ଭୁବନେଶ୍ୱର : ଆଜି ପୁଣି ୨ରୁ ୩ ଡିଗ୍ରୀ ବଢିବ ତାପମାତ୍ରା। ତାତିରେ କଲବଲ ହେବେ ରାଜ୍ୟବାସୀ। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। କିଛି ସ୍ଥାନରେ ୪୩ ଡିଗ୍ରୀ ଟପିପାରେ ତାପମାତ୍ରା। ତେବେ ଆଜି ହିଟୱେଭ୍ ନେଇ ୬ ଜିଲ୍ଲା କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡାକୁକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଗତକାଲି ୧୩ ସହରର ତାପମାତ୍ରା ୪୦ ଡିଗ୍ରି ,ସମ୍ବଲପୁରରେ ୪୨ ଡିଗ୍ରି,ଝାରସୁଗୁଡ଼ାରେ ୪୧.୮, ହୀରାକୁଦରେ ୪୧.୭, ବୌଦ୍ଧ ଓ ତାଳଚେରରେ ୪୧.୨, ଭବାନୀପାଟଣା ଓ ଟିଟିଲାଗଡ଼ରେ ୪୧ ଡିଗ୍ରି ତାପମାତ୍ରା ରହିଥିଲା। ତାତିରେ ଜାଳୁଥିଲେ ଲୋକେ। ତେବେ ଆଜି ତାତି ବଢିଲେ ମଧ୍ୟ ଆସନ୍ତା ୨ ତାରିଖ ବେଳକୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଆସନ୍ତାକାଲି ତାତିରୁ ସାମାନ୍ୟ ଆସ୍ୱସ୍ଥି ମିଳିପାରେ।