ଭୁବନେଶ୍ୱର: ଏଣିକି ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ । ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ନବମ ଓ ଦଶମ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ସାମିଲ କରାଯିବ । ଏ ନେଇ ଭୁବନେଶ୍ୱର ପିଏମ୍ ପୋଷଣ ନୋଡାଲ ଅଫିସରଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ସଚିବ ଏସ୍ କେ ମହାପାତ୍ର । ପିଏମ୍ ପୋଷଣ ଏବଂ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅଧିନରେ ଏହା ପ୍ରଦାନ କରାଯିବ । ଏଥିପାଇଁ ବର୍ଷକୁ ଖର୍ଚ୍ଚ ହେବ ୫୭୦ କୋଟି ୭୧ ଲକ୍ଷ ।