ଚେନ୍ନାଇ : ମାଦ୍ରାସ ହାଇକୋର୍ଟ ନିକଟରେ ନିଜର ଏକ ନିଷ୍ପତ୍ତିରେ କହିଥିଲେ ଯେ, କୌଣସି ବି ନିଯୁକ୍ତିଦାତା ନିଜର ମହିଳା କର୍ମଚାରୀଙ୍କୁ ମାତୃତ୍ୱ ଅବକାଶ ଦେବାକୁ ମନା କରି ପାରିବେ ନାହିଁ । ଏପରିକି ମହିଳା କର୍ମଚାରୀଙ୍କୁ ସେ ପର୍ଯ୍ୟନ୍ତ ବିବାହ ସଂପର୍କିତ ପ୍ରମାଣ ମାଗି ପାରିବେ ନାହିଁ ଯେ ପର୍ଯ୍ୟନ୍ତ ପ୍ରମାଣ ସହ ଉପଯୁକ୍ତ ସନ୍ଦେହ ସୃଷ୍ଟି ନ ହୋଇଛି । ଜିଲ୍ଲା ଜୁଡିସିଆଲ ମାଜିଷ୍ଟ୍ରେଟର ଅଦାଲତ ଏକ ସହାୟକ ମହିଳା କର୍ମଚାରୀଙ୍କୁ ବିବାହ କରି ନ ଥିବା ସନ୍ଦେହ ଆଧାରରେ ମାତୃତ୍ୱ ଅବକାଶ ଦେବାକୁ ମନା କରି ଦେଇଥିଲା ।
ଜଷ୍ଟିସ ଆର ସୁବ୍ରମଣ୍ୟମ ଓ ଜଷ୍ଟିସ ଜି ଅରୁଲ ମୁରୁଗନଙ୍କ ପୀଠ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ନିମ୍ନ ଅଦାଲତର ଏହି ବ୍ୟବହାର କାରନରୁ ପୀଡିତ ମହିଳା କର୍ମଚାରୀଙ୍କୁ ମାନସିକ ଓ ଅନ୍ୟ ସମସ୍ୟା ଭୋଗିବାକୁ ପଡିଛି । ତେଣୁ ତାଙ୍କୁ ଏକ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଉ । ହାଇକୋର୍ଟ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଏମିତି ବ୍ୟବହାରକୁ ଅନୁଚିତ ଓ ଅମାନବୀୟ ଦର୍ଶାଇଛନ୍ତି ।
ହାଇକୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, ବିଦ୍ୱାନ ଜିଲ୍ଲା ମାଜିଷ୍ଟ୍ରେଟ ଜାଣି ରଖିବା ଉଚିତ୍ ଯେ, ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଲିଭ ଇନ ରିଲେସନସିପକୁ ମଧ୍ୟ ମାନ୍ୟତା ଦିଆଯାଇଛି । କିନ୍ତୁ ଜିଲ୍ଲା ମାଜିଷ୍ଟ୍ରେଟ ପୁରୁଣା ଦୃଷ୍ଟିକୋଣ ଆପଣେଇ ପୀଡିତ ମହିଳା କର୍ମଚାରୀଙ୍କୁ ଜାଣିଶୁଣି ମାତୃତ୍ୱ ଅବକାଶ ଦେଲେ ନାହିଁ । ଏହା ସଂପୂର୍ଣ୍ଣ ଅନୁଚିତ ବୋଲି ମାଦ୍ରାସ ହାଇକୋର୍ଟ କହିଛନ୍ତି ।