ନାଗପୁର: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ(ଆରଏସଏସ)ର ସରସଂଘଚାଳକ ମୋହନ ଭାଗବତ କହିଛନ୍ତି, ସାମର୍ଥ୍ୟ ହିସାବରେ ସମାଜରେ ଯୋଗଦାନ ଦେବା ଜରୁରୀ । ସେବାର କାମ ଦୟା ଭାବରେ ନୁହେଁ ପ୍ରେମ ଭାବରେ କରିବା ଉଚିତ୍ । ସ୍ୱଂୟସେବକ ନିଜ ପାଇଁ ନୁହେଁ ବରଂ ଅନ୍ୟମାନଙ୍କ ପାଇଁ କାମ କରନ୍ତି ।
ମୋହନ ଭାଗବତ କହିଛନ୍ତି, ସଂଘ ବିଚାରର ପ୍ରେରଣା ଓ ଏହାର ପ୍ରେରଣା ସ୍ୱାର୍ଥର ପ୍ରେରଣା ନୁହେଁ । ସ୍ୱଂୟ ସେବକ ନିଜ ପାଇଁ ନୁହେଁ ଅନ୍ୟମାନଙ୍କ ପାଇଁ କାମ କରନ୍ତି । ଏହି ସମାଜ ମୋର । ତେଣୁ ସମାଜ ପାଇଁ ତନ ମନ ଧନରୁ କାମ କରିବା ଉଚିତ୍ । ଜୀବନରେ ସେବା ଓ ପରୋପକାର କରିବା ଉଚିତ୍ ।
ସରସଂଘଚାଳକ କହିଛନ୍ତି, ସମାଜ ପାଇଁ ସ୍ୱଂୟସେବକ ସଂଘର ଦେଢ ଲକ୍ଷରୁ ଅଧିକ ଲୋକ କାମ କରୁଛନ୍ତି । ଏହା ହେଉଛି ସେହି ପ୍ରେରଣା ଯାହା ସ୍ୱଂୟସେବକ ସଂଘକୁ କଷ୍ଟ ସହିବାର ପ୍ରେରଣା ମିଳିଥାଏ । ବଦଳରେ ସେମାନେ କିଛି ଚାହିଁ ନ ଥାନ୍ତି । ସେବା ହେଉଛି ଜୀବନର ଧୈର୍ଯ୍ୟ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ ପ୍ରଥମ ଥର ରବିବାର ନାଗପୁର ସ୍ଥିତ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ(ଆରଏସଏସ)ର ମୁଖ୍ୟାଳୟ ପହଞ୍ଚିଛନ୍ତି । କୌଣସି ବି ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଆରଏସଏସ ମୁଖ୍ୟାଳୟ ଗସ୍ତ । ଆରଏସଏସ କହିଛି ଯେ, ଭାରତୀୟ ଜନତା ପାର୍ଟି(ବିଜେପି) ସହ ଆମର କୌଣସି ମତଭେଦ ନାହିଁ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତକୁ ବହୁତ ମହତ୍ୱପୂର୍ଣ୍ଣ ଓ ଐତିହାସିକ ଦର୍ଶାଇ ଆରଏସଏସର ଶେଷାନ୍ଦ୍ରି ଚାରି କହିଛନ୍ତି, ଲୋକ ସର୍ବଦା ଆରଏସଏସ ଓ ବିଜେପି ସମ୍ବନ୍ଧରେ କଥା କୁହନ୍ତି । ପୂର୍ବରୁ ମଧ୍ୟ ଅନେକ କଥା କହୁଥିଲେ । କିନ୍ତୁ ବାସ୍ତବତା ଏହା ଯେ, ବିଜେପି ଓ ଆରଏସଏସ ମଧ୍ୟରେ କୌଣସି ମତଭେଦ ନାହିଁ ।