ଭୁବନେଶ୍ୱର : କ୍ଷତିରେ ଚାଲୁଛି OSRTC ବସ୍ । ଦୁଇ ବର୍ଷରେ OSRTC କ୍ଷତି ସହିଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା। ଗୁରୁବାର ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ମନ୍ତ୍ରୀ କହିଛନ୍ତି OSRTC ବସ୍ ରେ ଆୟଠୁ ବ୍ୟୟ ବଢ଼ି ଯାଉଛି। ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ୧୮ କୋଟି ୮୩ ଲକ୍ଷ ଟଙ୍କା କ୍ଷତି ହୋଇଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ୨୬ କୋଟି ୬୨ ଲକ୍ଷ ଟଙ୍କା କ୍ଷତି ହୋଇଛି। ସେହିପରି ୨୦୨୨-୨୩ରେ ୧୪୫ କୋଟି ଟଙ୍କା ଆୟ ହୋଇଥିବାବେଳେ ବ୍ୟୟ ହୋଇଛି ୧୬୪ କୋଟି ୧୨ ଲକ୍ଷ ଟଙ୍କା।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଜ୍ଯ ସରକାରଙ୍କ ପରିବହନ ବିଭାଗର ୧୦୯ ସରକାରୀ ବସ୍ ଅଚଳ ହୋଇ ପଡ଼ିରହିଛି। ବିଗତ ୧୦ ବର୍ଷରେ ୫୪୦ଟି ବସ୍ କିଣିଥିଲା ପରିବହନ ବିଭାଗ। ସେଥିରୁ ବର୍ତ୍ତମାନ ୧୦୯ଟି ବସ ଯାନ୍ତ୍ରିକ ତ୍ରୁଟି ପାଇଁ ଅଚଳ ହୋଇପଡ଼ିଛି।
ତେବେ ଯଦି ଏହିପରି ପରି ଆଗକୁ ଚାଲେ ଅନେକ କ୍ଷତି ସହିବାକୁ ପଡିବ ଯାହା ଚିନ୍ତାଜନକ ବିଷୟ ଅଟେ।