ଭୁବନେଶ୍ୱର: ୫ ବର୍ଷରେ ବଜ୍ରପାତରେ ରାଜ୍ୟରେ ୧୪୧୮ ଲୋକଙ୍କ ମୃତ୍ୟୁ ହୋଇଛି । ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।
ମନ୍ତ୍ରୀ ଉତ୍ତର ରଖିଛନ୍ତି, ୨୦୨୦-୨୧ରେ ୩୩୯ ଜଣଙ୍କ ଜୀବନ ଯାଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାରେ ୩୯ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୨୦୨୧-୨୨ରେ ୨୯୬ ଜଣଙ୍କ ଜୀବନ ଯାଇଥିବା ବେଳେ ସର୍ବାଧିକ କେନ୍ଦୁଝରରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୨୨-୨୩ରେ ୩୦୬ ଜଣଙ୍କ ଜୀବନ ଯାଇଥିବା ବେଳେ ମୟୁରଭଞ୍ଜରେ ସର୍ବାଧିକ ୩୫ ଜଣଙ୍କ ମୃତ୍ୟୁ ହୋଇଛି । ୨୦୨୩-୨୪ରେ ୨୭୨ ଜଣଙ୍କ ଜୀବନ ଯାଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ଓ ବାଲେଶ୍ୱରରେ ୨୪ ଜଣଙ୍କ ଜୀବନ ଯାଇଛି । ୨୦୨୪-୨୫ରେ ୨୦୫ ଜଣଙ୍କ ଜୀବନ ଯାଇଥିବା ବେଳେ ବାଲେଶ୍ୱରରେ ସର୍ବାଧିକ ୧୮ ଜଣଙ୍କ ଜୀବନ ଯାଇଛି ।