ପୁରୀ : ନରେନ୍ଦ୍ର ପୁଷ୍କରିଣୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ ବୃଦ୍ଧ ଜଣକ ଗୁରୁବାର ମଧ୍ୟାହ୍ନ ସମୟରେ ନରେନ୍ଦ୍ର ପୁଷ୍କରିଣୀର ପତିତପାବନ ତୁଠରେ ସ୍ନାନ କରୁଥିବାର ସ୍ଥାନୀୟ ଲୋକ ଦେଖିଥିଲେ । ହେଲେ କିଛି ସମୟ ପରେ ବୃଦ୍ଧ ଜଣକ ପାଣି ଭିତରେ ଭାସୁଥିବାର ଦେଖି କୁମ୍ଭାରପଡ଼ା ଥାନାକୁ ଖବର ଦେଇଥିଲେ । ଖବରପାଇ କୁମ୍ଭାରପଡ଼ା ଥାନା ପୁଲିସ୍ ପୁଷ୍କରିଣୀ ନିକଟରେ ପହଂଚି ଉଧାର ନିମନ୍ତେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ପୁଷ୍କରିଣୀ ଭିତରୁ ବୃଦ୍ଧଙ୍କୁ ଉଧାର କରି ଚିକିତ୍ସା ନିମନ୍ତେ ପୁରୀ ସଦରମୁଖ୍ୟା ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ ଏବଂ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ । ଶେଷ ଖବର ସୁଦ୍ଧା ବୃଦ୍ଧଙ୍କ କୌଣସି ପରିଚୟ ମିଳିପାରି ନାହିଁ ।