ମନର ଭାବନାକୁ ପରିପ୍ରକାଶ କରିବା ପାଇଁ କବିତା ଏକ ଉତ୍ତମ ମାଧ୍ୟମ ଅଟେ। ଅନୁଭବ ଓ ଭାବପ୍ରବଣତା ପରିପ୍ରକାଶ କରିବାର ଏକ ସୁନ୍ଦର ସ୍ବରୂପ। ତେଣୁ କବିତା ରଚନା କରୁଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଶଂସା କରିବା ଏବଂ ନୂଆ ଯୁବପିଢିଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୧ ତାରିଖକୁ ବିଶ୍ୱ କବିତା ଦିବସ ଭାବେ ପାଳନ କରାଯାଏ। ୧୯୯୯ ମସିହାରେ ଜାତିସଂଘର ଶୈକ୍ଷିକ, ବୈଜ୍ଞାନିକ ଓ ସାଂସ୍କୃତିକ ସଂଘଟନ( UNESCO)ର ୩୦ତମ ଅଧିବେଶନରେ ମାର୍ଚ୍ଚ ୨୧ ତାରିଖକୁ ବିଶ୍ୱ କବିତା ଦିବସ ଭାବେ ପାଳନ କରିବା ନିଷ୍ପତ୍ତି ନିଆଯାଇଥିଲା । ଏଥି ସହ କ୍ଷେତ୍ରୀୟ, ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ କବିତା ଆନ୍ଦୋଳନକୁ ମାନ୍ୟତା ଏବଂ ପ୍ରୋତ୍ସାହନ କରାଯାଉଛି। ଏହି ଅବସରରେ ଉଭୟ ପ୍ରଚୀନ ଓ ଆଧୁନିକ କବିତାଗୁଡିକୁ ସମ୍ମାନ ପ୍ରଦର୍ଶନ କରିବାଲ ସହ କବିତା ପରମ୍ପରାକୁ ଉଜ୍ଜୀବିତ କରିବା ଉପରେ ଗୁରୁତ୍ବାରୋପ କରାଯାଉଛି।