ଭୁବନେଶ୍ବର : ରାଜ୍ୟରେ କମିଛି ତାତି। ବଢୁଥିବା ତାପମାତ୍ରାରୁ ମିଳୁଛି ସାମାନ୍ୟ ଆଶ୍ବସ୍ତି। ତେବେ ରାଜ୍ୟରେ ୪ ଦିନ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା ରହିଛି। ଏପରିକି ଆଗାମୀ ୩ଦିନ କୁଆପଥର ବର୍ଷା ମଧ୍ୟ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଆଜି୨୪ ଘଣ୍ଟା ପାଇଁ ଝଡ଼ବର୍ଷା ଓ ବଜ୍ରପାତ ପାଇଁ ୪ ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର ଓ ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଆଜି ବର୍ଷା ଓ ବଜ୍ରପାତ ସହ ୫୦ରୁ ୬୦ କିମି ବେଗରେ ପବନ ବହିପାରେ। ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ନେଇ ୨୪ ତାରିଖ ଯାଏ ଚେତାବନୀ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।