ବ୍ରହ୍ମପୁର : ଦିନକୁ ଦିନ ସରକାରୀ ବାବୁଙ୍କର ବଢୁଛି ଲାଞ୍ଚ ନେବା। ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି ଅନେକ ଏଇ ଲାଞ୍ଚୁଆ ସରକାରୀ ବାବୁମାନେ। ତେବେ ସେହିଭଳି ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ପିଇଓ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ରାଧା ଦେଇପୁର ପଞ୍ଚାୟତର ପିଇଓ କ୍ଷେତ୍ରମୋହନ ନାୟକଙ୍କୁ ଜେରା କରୁଛି ଭିଜିଲାନ୍ସ। ସରପଞ୍ଚଙ୍କ ଅଜାଣତରେ ପ୍ରାୟ ୩୮ଲକ୍ଷ ଟଙ୍କା ଉଠା ଯାଇଥିବା ନେଇ ପିଇଓ କ୍ଷେତ୍ର ମୋହନ ନାୟକଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।
ଏପରିକି ପଞ୍ଚାୟତକୁ ଆସିଥିବା ସରକାରୀ ଟଙ୍କା ହେରଫେର୍ ହୋଇଥିବା ଅଭିଯୋଗ ହୋଇଚି। ତେଣୁ ଗୁରୁବାର ବ୍ରହ୍ମପୁର ଭିଜିଲାନ୍ସର ଏକ ଟିମ୍ ରାଧାଦେଇପୁର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଯାଞ୍ଚ କରିବା ସହିତ ବିଭିନ୍ନ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ପିଇଓଙ୍କୁ ଜେରା କରିବା ବେଳେ ତାଙ୍କ କାର୍ଯ୍ୟାଳୟରୁ ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ତେବେ ଅଧିକ ତଦନ୍ତ ପାଇଁ ସରପଞ୍ଚଙ୍କ ସମେତ ବ୍ଲକର କିଛି ଅଧିକାରୀଙ୍କୁ ମଧ୍ୟ ଭିଜିଲାନ୍ସ ଡ଼ାକିଥିବା ସୂଚନା ମିଳିଛି।