ବାରିପଦା : କାଳ ବୈଶାଖୀର କରାଳ ରୂପ କଲା ଛାରଖାର। ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ, ବିଶୋଇ, ବାଙ୍ଗିରିପୋଷି, କୁଳିଅଣା ଓ ବାରିପଦା ବ୍ଲକରେ ବର୍ଷା ସହ କୁଆପଥର ମାଡ । ଉଡ଼ିଲା ଘରର ଛାତ । ଗଡ଼ିଲା ଅନେକ ଛୋଟ ବଡ ଗଛ। କୁଆପଥର ବର୍ଷାରେ ଚାରିଆଡେ ବିଛେଇ ହେଇ ପଡିଥିଲା ଗୋଟେ ଗୋଟେ କୁଆପଥରର ଓଜନ ୨୫୦-୫୦୦ଗ୍ରାମ ପାଖାପାଖି ଥିଲା ।
ସେପଟେ ଭାଙ୍ଗିଲା ବସ୍ ର କାଚ। ଘରୋଇ ରାଜା ବସ୍ ଟି ବାରିପଦାରୁ ବିଶୋଇ ଅଭିମୁଖେ ଯାଉଥିବା ସମୟରେ ବିଶୋଇ ଛକ ନିକଟରେ କାଳ ବୈଶାଖୀର ଶିକାର ହୋଇଥିଲା। ଫଳରେ ବଡ଼ ବଡ଼ କୁଆପଥର ମାଡ଼ରେ ବସର କାଚ ଭାଙ୍ଗି ଯାଇଥିଲା ଓ ଭିତରେ ଥିବା ଯାତ୍ରୀ ଆହତ ହୋଇଥିଲେ। ବିଶୋଇ ବ୍ଲକ ଅନ୍ତର୍ଗତ ଖଡମବେଡା ପଞ୍ଚାୟତର ଦୁଇ ଗ୍ରାମ ମୂଷାମାରୀ ଓ ପର୍ଶିଡି ଗାଁରେ କୁଆ ପଥର ମାଡ଼ରେ ବହୁ ଲୋକ ଆହତ ହୋଇଛନ୍ତି। ଆହତ ସମସ୍ତ ଯାତ୍ରୀ ଓ ଗ୍ରାମବାସୀଙ୍କୁ ବିଶୋଇ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି।