କଟକ: ଓଡ଼ିଶା ଲୋକସେବା ଆୟୋଗ (ଓସିଏସ୍) ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି । ପରୀକ୍ଷାରେ କପି କରିବା ଅଭିଯୋଗରେ କଟକ ମର୍କତନଗର ପୋଲିସ ଜଣେ ପରୀକ୍ଷାର୍ଥୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ।
ମର୍କତନଗର ଅଞ୍ଚଳ ଏବିଆଇଟି ପରୀକ୍ଷା କେନ୍ଦ୍ରରେ ଓସିଏସ୍ ପରୀକ୍ଷା ଚାଲୁଥିବାବେଳେ ଜଣେ ପରୀକ୍ଷାର୍ଥୀ ଫିଲ୍ମ ଷ୍ଟାଇଲରେ କପି କରିଥିଲେ । ସେ ନିଜ କାନରେ ଇୟର୍ ଫୋନ୍ ଲଗାଇଥିଲେ । ସେ ଫୋନରେ ପ୍ରଶ୍ନ ଡାକୁଥିଲେ ଅପର ପାଖରେ ଥିବା ବ୍ୟକ୍ତି ତାଙ୍କୁ ଉତ୍ତର ଡାକୁଥିଲେ । ଯେତେବେଳେ ସ୍କ୍ୱାର୍ଡ ଟିମ୍ ପରୀକ୍ଷା ହଲରେ ଯାଞ୍ଚ ପାଇଁ ପହଁଥିଲେ ତାଙ୍କ ନିକଟରୁ ଇୟର୍ ଫୋନ୍ ଜବତ କରାଯାଇଥିଲା । ଏ ନେଇ ମର୍କତନଗର ଥାନା ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ପରୀକ୍ଷାର୍ଥୀଙ୍କୁ ଜେରା କରିବା ପରେ ଏଥିରେ ଆଉ ଦୁଇ ଜଣ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା । ଶେଷରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଜଣଙ୍କୁ ଗିରଫ କଲା ମର୍କତନଗର ଥାନା ପୋଲିସ୍ ।
ଗିରଫ ଅଭିଯୁକ୍ତମାନେ ହେଲେ ଅଭିଷେକ ରାଉତ, ରୁପେଶ ଝା, ଆଲେକ୍ସ ରାଜ୍ ପାଣି ଏବଂ ସୌମ୍ୟରଞ୍ଜନ ସାହୁ ।
ଏଥିରେ ଆଉ କିଏ ଜଡ଼ିତ ଅଛନ୍ତି, ପରୀକ୍ଷା କେନ୍ଦ୍ରରେ କେହି ସାମିଲ ଅଛନ୍ତି କି ନାହିଁ ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।