କଳାହାଣ୍ଡି: ଲାଞ୍ଚ କାରବାରବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଭିବିଜି-ରାମଜି ଆସିଷ୍ଟାଣ୍ଟ । ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆସିଷ୍ଟାଣ୍ଟ ପ୍ରିୟଙ୍କା ଜେନା ଧରାପଡ଼ିଛନ୍ତି ।
ଅଭିଯୋଗ ଅନୁଯାୟୀ, ଏକ ଫାର୍ମ ପଣ୍ଡ ବା ପୋଖରୀ କାମ ଶେଷ ହେବା ପରେ ତାର ବିଲ୍ କରାଇଦେବା ପରେ ଭିବିଜି-ରାମଜି ଆସିଷ୍ଟାଣ୍ଟ ପ୍ରିୟଙ୍କା ଜେନା ମୋଟା ଅଙ୍କର ପିସି ଦାବି କରିଥିଲେ। ବିଲ୍ ପାସ୍ କରାଇବା ବଦଳରେ ସେ ଜଣେ ବ୍ୟକ୍ତିଙ୍କ ଠାରୁ ୩୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ଉକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଜଣାଇଥିଲେ । ଆଜି ଆସିଷ୍ଟାଣ୍ଟ ଲାଞ୍ଚ ନେବାବେଳେ ପୂର୍ବ ଲାଞ୍ଚ ଅନୁସାରେ ଭିଜିଲାନ୍ସ ଧରିଥିଲା ।
ଏହା ପରେ ତାଙ୍କର ଏକାଧିକ ଠିକଣାରେ ଚଢ଼ାଉ କରାଯାଉଛି ।