ଓମାନ ଉପକୂଳ ନିକଟସ୍ଥ ଷ୍ଟ୍ର୍ରେଟ ଅଫ୍ ହର୍ମୁଜରେ 'ଏମଟି ମାରିଭେକ୍ସ' ମାଲବାହୀ ଜାହାଜ ଉପରେ ଆକ୍ରମଣ ହୋଇଛି। ଏହି ଜାହାଜରେ ଅତିକମରେ ୨୪ ଜଣ ଭାରତୀୟ ନାବିକ ଥିଲେ। ଆକ୍ରମଣ ଯୋଗୁଁ ଇଞ୍ଜିନ୍ ରୁମ୍ରେ ଭୀଷଣ ନିଆଁ ଲାଗିଯାଇଛି ଏବଂ ଜାହାଜରେ ପାଣି ପଶିବାକୁ ଲାଗିଛି। ବର୍ତ୍ତମାନ ସୁଦ୍ଧା ସମସ୍ତ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଘଟଣାସ୍ଥଳରେ ସହାୟତା ତଥା ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଓମାନ ଉପକୂଳ ନିକଟସ୍ଥ ଷ୍ଟ୍ର୍ରେଟ ଅଫ୍ ହର୍ମୁଜ ପାଖରେ ସୋମବାର ଏକ ବାଣିଜ୍ୟିକ ମାଲବାହୀ ଜାହାଜ ଉପରେ ସନ୍ଦିଗ୍ଧ ଡ୍ରୋନ କିମ୍ବା ମିସାଇଲ ଆକ୍ରମଣ ହୋଇଛି। ଏହି ଜାହାଜରେ ଅତିକମରେ ୨୪ ଜଣ ଭାରତୀୟ ନାବିକ ଥିଲେ। କୁହାଯାଉଛି ଯେ ଆକ୍ରମଣ ପରେ ଜାହାଜର ଇଞ୍ଜିନ୍ ରୁମ୍ରେ ଜୋରଦାର ବିସ୍ଫୋରଣ ହୋଇଥିଲା, ଯାହାଫଳରେ ଭୀଷଣ ନିଆଁ ଲାଗିଯାଇଥିଲା। ଏହି ସମୟରେ କ୍ରୁ ମେମ୍ବରଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ପଶ୍ଚିମ ଏସିଆରେ ବଢ଼ୁଥିବା ସୁରକ୍ଷା ଚିନ୍ତା ମଧ୍ୟରେ ଏହି ଘଟଣା ଘଟିଛି, ଯେଉଁଠାରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇଯାଇଛି।
ସୂଚନା ଅନୁଯାୟୀ, ପଲାଉର ପତାକା ଥିବା ଏହି ମାଲବାହୀ ଜାହାଜଟି ଓମାନ ଉପକୂଳରୁ ପ୍ରାୟ ୧୫ ସାମୁଦ୍ରିକ ମାଇଲ୍ ଦୂରରେ ଥିବାବେଳେ ତା' ଉପରେ ଆକ୍ରମଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଜାହାଜର ଇଞ୍ଜିନ୍ ରୁମ୍ରେ ଏକ ବଡ଼ କଣା ହୋଇଯାଇଥିଲା। ଯାହାଫଳରେ ଜାହାଜରେ ଦ୍ରୁତ ଗତିରେ ପାଣି ପଶିବାକୁ ଲାଗିଲା ଏବଂ ଏହାର ସନ୍ତୁଳନ ବିଗିଡ଼ିଗଲା। ବିସ୍ଫୋରଣ ପରେ ଇଞ୍ଜିନ୍ ରୁମ୍ରେ ଭୀଷଣ ନିଆଁ ଲାଗିଯାଇଛି।