ଦେବଗଡ଼: ନକଲି ପ୍ରମାଣ ପତ୍ର ଦେଇ ପିଇଓ ଚାକିରୀ କରିଥିବା ଅଭିଯୋଗ । ଚାକିରୀ ଚାଲିଯିବା ଭୟରେ ସମାଜସେବୀଙ୍କୁ ସୁପାରୀ କିଲର୍ ଲଗାଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିଛନ୍ତି ସଂପୃକ୍ତ ପିଇଓ । ସୁରକ୍ଷା ଦେବାକୁ ଦେବଗଡ ଜିଲ୍ଲା ତାରଙ୍ଗ-ପୁରୁମୁଣ୍ଡା ଗାଁର ସାମାଜିକ କର୍ମୀ ଭରତ ସାହୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ।
ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ବଉଳିଗଡ ପଂଚାୟତର ପିଇଓ ରାକେଶ ବେହେରା ମିଛ ଜାଲିଆତି ପ୍ରମାଣ ପତ୍ର ଦେଇ ଚାକିରି କରି ଆସୁଥିଲେ । ଏହାର ଖୁଲାସା କରିଥିଲେ ଦେବଗଡ଼ର ସାମାଜିକ କର୍ମୀ ଭରତ ସାହୁ । ଅଭିଯୋଗ ପରେ ଚାକିରୀ ଚାଲିଯିବା ଭୟରେ ରାକେଶ ସୁପାରି କିଲର ଲଗାଇ ଭରତ ସାହୁଙ୍କୁ ତାଙ୍କ ଟାଇଁସର ଫାର୍ମ ହାଉସରେ ଏକୁଟିଆ ଥିବା ବେଳେ ସୁପାରି କିଲର ଲଗାଇ ହତ୍ୟା ଉଦ୍ୟମ କରିଥିଲେ । ପିଇଓ ରାକେଶ ଓ ସୁପାରି କିଲର ଭରତଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରି ମରି ଯାଇଛି ଭାବି ଫେରାର ମାରିଥିଲେ ।
ଫାର୍ମ ହାଉସର ଜଗୁଆଳି ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭରତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ଭରତ ସୁସ୍ଥ ହୋଇଥିଲେ । ଏ ନେଇ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ପିଇଓ ରାକେଶ ବେହେରା ଓ ସୁପାରି କିଲର ବନ୍ତଳା ଥାନା ବସଳା ଗ୍ରାମର ପିଙ୍କୁ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ପରିବାର ଲୋକଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ କେସ୍ ଉଠାଇ ଆଣିବା ଓ ବିଭିନ୍ନ ସମୟରେ ଜୀବନରୁ ମାରିଦେବାକୁ ଧମକ ଚମକ ମିଳୁଥିବାରୁ ଭରତ ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ପରିବାର ଓ ନିଜର ସୁରକ୍ଷା ପାଇଁ ଚିଠି ଲେଖିଛନ୍ତି।