କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବିଛାକୁଣ୍ଡି ଦଲପାହାଡ଼ରେ ଏକ ବଡ଼ ଅଘଟଣ ଘଟଛି । ଖଣିରେ ମାଟି ଅତଡ଼ା ଧସିବାରୁ ଚାପି ହୋଇ ୩ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ମାଙ୍ଗାନିଜ୍ ଚୋରା ଉତ୍ତୋଳନବେଳେ ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।
ଗତକାଲି ରାତିରେ ଖଣିରେ ମାଟି ଅତଡ଼ା ଖସି ୩ ଜଣ ବ୍ୟକ୍ତି ଚାପି ହୋଇଯାଇଥିଲେ । ଅନ୍ଧାର ଏବଂ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ବର୍ଷା କମିବା ପରେ ସମସ୍ତଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରାୟ ୬ ଘଣ୍ଟା ପରେ ମୃତଦେହଗୁଡ଼ିକୁ ବାହାର କରାଯାଇଛି ।
ସ୍ଥାନୀୟ ପୋଲିସ ଖବର ଘଟଣା ସ୍ଥଳରେ ପହଁଚିଛି । ଖଣି ଚୋରା ଚାଲାଣ ହେଉଥିବାବେଳେ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ତେବେ ଏଥିରେ କିଏ ସମ୍ପୃକ୍ତ ଥିଲେ ସେ ନେଇ କିଛି ସ୍ପଷ୍ଟ ହୋଇ ନ ଥିବାବେଳେ ଯାଞ୍ଚ ଆରମ୍ଭ ହୋଇଛି ।