କଟକ ଜିଲ୍ଲା ବଡମ୍ବା ନରସିଂହପୁରରେ ଏକ ଅଭାବନୀୟ ଘଟଣା ଦେଖଇବାକୁ ମିଳିଛି । ବଡମ୍ବା ବ୍ଲକର ବେଲିହାପାଳର ଏକ ନାଳକୁ ହାତୀମାନେ ପାଣି ପିଇବାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ତିନୋଟି ହାତୀ ଆଜି ସକାଳେ ନାଳ ଭିତରେ ଫସି ଯାଇଛନ୍ତି । ଏବଂ ଦୀର୍ଘ ୪ ଘଣ୍ଟା ହେବ ତିନୋଟି ହାତୀ ପାଣି ଭିତରେ ଫସି ରହିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨ ଟି ଦନ୍ତା ହାତୀ ଓ ଗୋଟିଏ ମାଈ ହାତୀ ବୋଲି ସୂଚନା ମିଳିଛି । ତେବେ ଉଦ୍ଧଆର ପାଇଁ ବନବିଭାଗ,ଅଗ୍ନିଶମ ବାହିନୀ ଓ ପୋଲିସର ଉଦ୍ୟମ ଜାରି ରହିଛି ।