ଭୁବନେଶ୍ୱର: ୨୭୦ ସରକାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ବାରା ଗିରଫ। ଗତବର୍ଷ ଜୁନ୍ ୧୨ରୁ ୨୭୦ ଜଣ ଗିରଫ ହୋଇଛନ୍ତି। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ କହିଛନ୍ତି, ୩୧ ସରକାରୀ ଅଧିକାରୀଙ୍କ ଉପରେ ଏକାଧିକ ଥର କାର୍ଯ୍ୟାନୁଷ୍ଠାନ ହୋଇଛି। ସେମାନଙ୍କ ମଧ୍ୟରୁ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି ୧୮୭ଜଣ ସରକାରୀ କର୍ମଚାରୀ। ଦୋଷୀ ସାବ୍ୟସ୍ତ ହେବା ପରେ, ବହିଷ୍କାର ଆଦେଶ ମାଧ୍ୟମରେ ଚାକିରିରୁ ବରଖାସ୍ତ ହୋଇଛନ୍ତି ୩୪ଜଣ। ଶୃଙ୍ଖଳାଗତ ପଦକ୍ଷେପ ସ୍ୱରୂପ ଅନ୍ୟ ୬୫ଜଣ ସରକାରୀ କର୍ମଚାରୀଙ୍କ ପେନସନ୍ ବନ୍ଦ କରାଯାଇଛି।
ରାଜ୍ୟରେ ଆଇଏଏସ, ଆଇପିଏସ୍, ଆଇଏଫଏସ ପଦବୀ ଖାଲି ନେଇ ବିଧାନସଭାରେ ଆଜି ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୪୬ଆଇଏଏସ, ୬୭ଆଇପିଏସ୍, ୭୦ଆଇଏଫଏସ୍ ପଦବୀ ଖାଲି ପଡିଛି। ଏହାସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ୨୭୦ଜଣ ସରକାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।
ମାଝୀ ଗୁରୁତ୍ୱାରୋପ କରି କହିଥିଲେ ଯେ ରାଜ୍ୟ ସରକାର ଦୁର୍ନୀତି ମୁକାବିଲା ଏବଂ ସରକାରୀ ସେବାରେ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ। ସେ ଉଲ୍ଲେଖ କରିଥିଲେ ଯେ ବିଭିନ୍ନ ବିଭାଗରେ ସ୍ୱଚ୍ଛତା ଏବଂ ସଚ୍ଚୋଟତା ବଜାୟ ରଖିବାରେ ସତର୍କତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।
ଅଧିକ ପଢନ୍ତୁ: ନବ କଳେବର ହେବ ରାଜ୍ୟର ସବୁ ଜିଲ୍ଲାପାଳ କାର୍ଯ୍ୟାଳୟ