କଟକ: ଆଉ ମାତ୍ର ଆଠ ଦିନ ପରେ ବାରବାଟୀ ଷ୍ଟାଡିୟମରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍। ହାତରେ ଆଉ ମାତ୍ର ଏକ ସପ୍ତାହ ଥିବା ବେଳେ ଆଜି ଅନଲାଇରେ ଉପଲବ୍ଧ ହେବ ଟିକେଟ। କ୍ରିକେଟପ୍ରେମୀ ଅପରାହ୍ଣ ୨ଟାରୁ ଟିକେଟ ବୁକିଂ କରିପାରିବେ। ଡିଷ୍ଟ୍ରିକ୍ଟ ବାଏ ଜୋମାଟୋ ଆପ୍ଲିକେସନ ଏବଂ ୱେବ୍ସାଇଟ୍ରେ ଟିକେଟ ଉପଲବ୍ଧ ରହିବ।
ପୂର୍ବରୁ ୪୦୦୦ ଟିକେଟ ଅନ୍ଲାଇନ୍ ପ୍ଲାଟଫର୍ମକୁ ଯାଉଥିବା ବେଳେ ଏଥର ମାତ୍ର ୨୦୦୦ ଟିକେଟ ଉପଲବ୍ଧ ହେବ ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ସୂଚନା ଦିଆଯାଇଛି।
ଅନଲାଇନ୍ ଟିକେଟ କ୍ରତାମାନଙ୍କ ପାଇଁ ଡିସେମ୍ବର ୮ ଏବଂ ୯ ତାରିଖରେ କ୍ୟାମ୍ବ୍ରିଜ ସ୍କୁଲରେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବ। ସେଠାରୁ ସେମାନେ ନିଜ ବୁକିଂ ଦେଖାଇ ଟିକେଟ୍ ସଂଗ୍ରହ କରିବେ। ଗ୍ୟାଲେରୀ ନମ୍ବର ୨ ଓ ୪: ୯୦୦ ଟଙ୍କା, ଗ୍ୟାଲେରୀ ନମ୍ବର ୭: ୭୦୦ ଟଙ୍କା, ସ୍ପେଶାଲ ଏନ୍କ୍ଲୋଜର: ୬,୦୦୦ ଟଙ୍କା ଏବଂ ଏସି ବକ୍ସ: ୮,୦୦୦ ଟଙ୍କା କେବଳ ଅନଲାଇନରେ ବିକ୍ରି ହେବ। ଏଥର ମୋଟ୍ ୪୨ ହଜାର ଦର୍ଶକ ମ୍ୟାଚ୍ ଦେଖିପାରିବେ।