ପୁରୀ(କୋଣାର୍କ): ଉତ୍ସବମୁଖର ହେବ ଅର୍କକ୍ଷେତ୍ର କୋଣାର୍କ। ଆଜିଠାରୁ ଆରମ୍ଭ ହେବ କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବେ। ରବିବାର ସନ୍ଧ୍ୟାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ, ଚନ୍ଦ୍ରଭାଗା ମେଳା ପଡ଼ିଆରେ ହେବାକୁ ଥିବା ସୁଭଦ୍ରା ଶକ୍ତି ମେଳାର ଶେଷ ପର୍ଯ୍ୟାୟ କାର୍ଯ୍ୟ ତଦାରଖ କରିଥିଲେ।
ମୁକ୍ତାକାଶ ରଙ୍ଗମଞ୍ଚରେ ଆଲୋକ ବ୍ୟବସ୍ଥା ଆହୁରି ଆକର୍ଷଣୀୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ରଙ୍ଗୀନ ହେବ ରଙ୍ଗମଞ୍ଚ। ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ, ବାଲୁକା କଳା ଉତ୍ସବ, ମେଳା ପଡ଼ିଆରେ ସୁଭଦ୍ରା ଶକ୍ତି ମେଳା ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ବେଳାଭୂମିରେ ଦେଶ ବିଦେଶର ଶତାଧିକ ବାଲୁକା ଶିଳ୍ପୀ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ କଳାକୃତି ପ୍ରଦର୍ଶନ କରିବେ। ସେହିଭଳି ହେଲିପ୍ୟାଡରେ ୩ଟି ଅପେରା ଓ ମୀନାବଜାର ଅନ୍ୟତମ ଆକର୍ଷଣ ସାଜିବ।