କଟକ: କଟକ ବାରବାଟି ଷ୍ଟାଡିୟମରେ ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟି ଟ୍ୱେଣ୍ଟି ମ୍ୟାଚ୍ ଅନୁଷ୍ଠିତ ହେବ। ଏହାକୁ ନେଇ ସମସ୍ତ ଦର୍ଶକ ମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେଣୁ ଗତକାଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରଥମେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ନିମନ୍ତ୍ରିତ କରିଥିଲେ। ଆଉ ଏହାପରେ ମୁଖ୍ୟମନ୍ତ୍ରୀ ଟିକେଟ୍ କିଣିଥିଲେ।
ବାରବାଟୀ ଟିଟ୍ବେଣ୍ଟି ପାଇଁ ଅନଲାଇନ୍ ମାଧ୍ୟମରେ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। OCA ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟି ଟିକେଟ ପ୍ରଦାନ କରିଛନ୍ତି।
ତେବେ ଏହି ମ୍ୟାଚ୍ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜିଠାରୁ ଅନଲାଇନରେ ଟି ଟ୍ବେଣ୍ଟି ମ୍ୟାଚ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହେବ। ଗତବର୍ଷ ଭଳି ଚଳିତଥର ମ୍ୟାଚ୍ ସମୟରେ ଲାଇଟ୍ ର ସମସ୍ୟା ଦେଖାଯିବ ନାହିଁ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି।