ନୂଆଦିଲ୍ଲୀ: ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ରାଞ୍ଚି ଦିନିକିଆରେ ଧମାଲ୍ କରିଛନ୍ତି । ସେ ଐତିହାସିକ ଶତକ ହାସଲ କରି ଭାରତ ବିଜୟରେ ବଡ ଭୂମିକା ଗ୍ରହଣ କରିଛନ୍ତି । କୋହଲି ଦିନିକିଆ କ୍ୟାରିୟରରେ ୫୨ତମ ଶତକ ହାସଲ କରି ଗୋଟିଏ ଫର୍ମାଟରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି । କୋହଲି ଏହି ମ୍ୟାଚ୍ ପରେ ପୁରସ୍କାର ସମାରୋହରେ ସମାଲୋଚକଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । ଏହି ସମୟରେ ବିରାଟ ବିସିିସିଆଇ ଓ ଗମ୍ଭୀରଙ୍କୁ ମଧ୍ୟ ଆକ୍ଷେପ କରିଛନ୍ତି ।
ଉଲ୍ଲେଖନୀୟ ଭାରତୀୟ ଦଳର ଖେଳାଳିଙ୍କୁ କିଛି ସମୟ ହେବ ଘରୋଇ କ୍ରିକେଟ୍ ଖେଳିବା ପାଇଁ ଚାପ ପକାଯାଉଛି । ଏହି ଚକ୍କରରେ ଶ୍ରେୟସ ଆୟର ଓ ଇଶାନ କିଶନଙ୍କ ପରି ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତି ହରାଇବାକୁ ପଡିଥିଲା । ବିରାଟ କୋହଲି ଟେଷଟ୍ କ୍ରିକେଟରୁ ଅବସର ନେବା ପୂର୍ବରୁ ରଣଜୀ ମ୍ୟାଚ୍ ଖେଳିଥିଲେ । ରୋହିତ ଶର୍ମା ମଧ୍ୟ ମୁମ୍ବାଇ ପାଇଁ ରଣଜୀ ଖେଳିଥିଲେ ।
ବିରାଟ କୋହଲି ଅଷ୍ଟ୍ରେଲିଆ ଗସ୍ତରେ ଅକ୍ଟୋବର ୨୫ରେ ଶେଷ ଦିନିକିଆ ଖେଳିବା ପରେ ସିଧା ନଭେମ୍ବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଛନ୍ତି । କୋହଲିଙ୍କ ଫର୍ମରେ କୌଣସି ପ୍ରକାରର ଦୁର୍ବଳତା ଦେଖିବାକୁ ମିଳି ନ ଥିଲା । ଯେବେ ମ୍ୟାଚ୍ ପରେ ତାଙ୍କୁ ପ୍ରସ୍ତୁତି ବିଷୟରେ ପ୍ରଶ୍ନ କରାଗଲା, ସେ ବିସିିସିଆଇ ଓ ଗୌତମ ଗମ୍ଭୀରଙ୍କ ଉପରେ ତାତ୍ସଲ୍ୟ କରି କହିଛନ୍ତି, ସେ କେବେ ବି ବହୁତ ଅଧିକ ପ୍ରସ୍ତୁତି ଉପରେ ବିଶ୍ୱାସ କରନ୍ତି ନାହିଁ ।
ପ୍ଲେୟାର ଅଫ ଦ ମ୍ୟାଚ୍ ପୁରସ୍କାର ନେବା ସମୟରେ କୋହଲି କହିଛନ୍ତି, ଯଦି ଆପଣ ବୁଝି ପାରୁଛନ୍ତି ତେବେ ମୁଁ ବହୁତ ଅଧିକ ପ୍ରସ୍ତୁତି ଉପରେ ବିଶ୍ୱାସ କରେ ନାହିଁ । ମୋର ସମସ୍ତ କ୍ରିକେଟ୍ ମାନସିକ ସ୍ତରରେ ରହିଛି । ଯେ ପର୍ଯ୍ୟନ୍ତ ମୁଁ ମାନସିକ ଭାବେ ଭଲ ଅନୁଭବ କରୁଥିବି, ମୁଁ ଆରାମରେ କ୍ରିକେଟ୍ ଖେଳି ପାରିବି । ଏବେ ପ୍ରଶ୍ନ ଉଠୁଛି ଆଗାମୀ ବିଜୟ ହଜାରେ ଟ୍ରଫିରେ କୋହଲି ଖେଳିବେ କି ନାହିଁ।
Also read: ବିସିସିଆଇ ଗମ୍ଭୀର ଓ ଅଗରକରଙ୍କୁ କଲା ତଲବ, ରୋହିତ-କୋହଲିଙ୍କ ଉପରେ ଦେବାକୁ ପଡିବ ଜବାବ