ରାଜ୍ୟ ଫରେନସିକକୁ ଗଲା ଧର୍ମେନ୍ଦ୍ରଙ୍କ ୨ଟି ଫୋନ୍,ପୋଲିସ୍ ସ୍କାନରରେ ରୋଷେୟା ପରିବାର ଭୁବନେଶ୍ବର,ସେପ୍ଟେମ୍ୱର ୨୫(ଖବର ଓଡ଼ିଶା) Share story: ଭୁବନେଶ୍ୱର ସ୍ଥିତ ବାସଭବନରେ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ପଛରେ କାହାର ହାତ ରହିଛି ସେନେଇ ସସପେନ୍ସ ଜାରୀ ରହିଥିବା ବେଳେ ମୃତ୍ୟୁ ପୂର୍ବରୁ ସେ କରିଥିବା ଏକ ସୋସିଆଲ ମିଡିଆ ପୋଷ୍ଟ ରେ ଦର୍ଶାଯାଇଥିବା ୨ଟି ଫୋନ୍ ଗତ କାଲି ମିଳିଛି ଏବଂ ଆଜି ରାଜ୍ୟ ଫରେନସିକ କୁ ଯାଇଛି ଦୁଇଟି ଫୋନ୍। ସବୁଠାରୁ ବଡ଼ କଥା ହେଉଛି ପୋଲିସ୍ ସ୍କାନରରେ ଉପର ଘରେ ରହୁଥିବା ରୋଷେୟା ପରିବାର ରହିଛନ୍ତି। ସୂଚନା ଅନୁସାରେ ଘର ନିକଟ ଏକ ପ୍ଲଟ୍ ରୁ ଏହି ଦୁଇଟି ଫୋନ୍ ପୋଲିସ୍ କୁ ମିଳିଛି । ସନ୍ଧାନୀ କୁକୁର ସହାୟତାରେ ପୋଲିସ୍ କୁ ମିଳିଛି ଏହି ସଫଳତା । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ୍ । ତେବେ ଏହି ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଦୋଷ ଦିଆଯାଉଥିବା ବେଳେ ରାଜନୈତିକ ମୋଡ଼ ବର୍ତ୍ତମାନ ଏହି ଘଟଣା ଧାରଣ କରିଛି । ଫୋନ୍ ରୁ ସବୁ ତଥ୍ୟ ସାମ୍ନାକୁ ଆସିବା ପରେ କିଏ ଏହି ଘଟଣା ପଛରେ ଦାୟୀ ତାହା ଲୋକ ଲୋଚନ କୁ ଆସିବ । ମୃତ୍ୟୁ ପୂର୍ବରୁ ସେ କରିଥିବା ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ ଯାହାକୁ ନେଇ ସନ୍ଦେହ ଆହୁରୀ ବଢିଛି । ଖବର ଓଡ଼ିଶା, Reporter, 24/09/2022