ସମ୍ବଲପୁର: ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ପୁଣି ଥରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଆଜି ପୁଣି ଥରେ ହୀରାକୁଦ ଜଳଭଣ୍ଡାରର ଦୁଇଟି ଗେଟ୍ ଖୋଲାଯାଇଛି । ବର୍ତମାନ ମୋଟ ୧୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଡାହାଣ ପାର୍ଶ୍ୱରୁ ୬ଟି ଗେଟ୍ ଓ ବାମ ପାର୍ଶ୍ୱରୁ ୧୧ଟି ଗେଟ୍ ଦେଇ ବନ୍ୟା ଜଳ ଛଡ଼ା ଯାଉଛି ।