ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ +2ରେ ନାମଲେଖା କରିପାରିନଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (DHSE) ପକ୍ଷରୁ 2026-27 ଶିକ୍ଷାବର୍ଷର +2 ଫେଜ୍-II ଆଡମିଶନ୍ ପ୍ରକ୍ରିୟା ଅଗଷ୍ଟ 24ରୁ ଆରମ୍ଭ ହେବ। ଏହି ପ୍ରକ୍ରିୟା SAMS ପୋର୍ଟାଲ ମାଧ୍ୟମରେ ସମ୍ପୂର୍ଣ୍ଣ ଅନଲାଇନରେ ହେବ।
ପ୍ରଥମ ପର୍ଯ୍ୟାୟରେ ମୋଟ 4,61,325 ଜଣ ଆବେଦନ କରିଥିବାବେଳେ 4,29,219 ଜଣ ଚୟନ ହୋଇଥିଲେ। ତେବେ 32,106 ଜଣ ଛାତ୍ରଛାତ୍ରୀ ଚୟନରୁ ବଞ୍ଚିତ ହୋଇଥିବାରୁ ସେମାନଙ୍କୁ ଏବେ ଦ୍ୱିତୀୟ ସୁଯୋଗ ମିଳିବ।
ଫେଜ୍-IIର ଗୁରୁତ୍ୱପୂର୍ଣ୍ଣ ତାରିଖ
CAF ଆବେଦନ - ଅଗଷ୍ଟ 24–31
ପ୍ରଥମ ମେରିଟ୍ ଲିଷ୍ଟ - ସେପ୍ଟେମ୍ବର 3
ଆଡମିଶନ୍ - ସେପ୍ଟେମ୍ବର 7–10
ଚଏସ୍ ଲକ୍ - ସେପ୍ଟେମ୍ବର 12–16
ସ୍ପଟ୍ ମେରିଟ୍ ଲିଷ୍ଟ - ସେପ୍ଟେମ୍ବର 21
ସ୍ପଟ୍ ଆଡମିଶନ୍ - ସେପ୍ଟେମ୍ବର 22–25
କିଏ କରିପାରିବେ ଆବେଦନ?
BSE ଓଡ଼ିଶା କିମ୍ବା ଅନ୍ୟ କୌଣସି ସ୍ୱୀକୃତ ବୋର୍ଡର HSC (ମାଟ୍ରିକ୍) ପରୀକ୍ଷା ପାସ୍ କରିଥିବା ଛାତ୍ରଛାତ୍ରୀ ଫେଜ୍-II ପାଇଁ ଯୋଗ୍ୟ। ପ୍ରଥମ ପର୍ଯ୍ୟାୟରେ ଆବେଦନ କରି ଚୟନ ହୋଇନଥିବା ପ୍ରାର୍ଥୀମାନେ CAF ଫି ବିନା ପୁନର୍ବାର ଆବେଦନ କରିପାରିବେ। ନୂଆ ଆବେଦକଙ୍କୁ ନିର୍ଦ୍ଧାରିତ ଶୁଳ୍କ ଦେବାକୁ ପଡ଼ିବ।
DHSEର ପରାମର୍ଶ
ନିର୍ଦ୍ଦେଶାଳୟ ଛାତ୍ରଛାତ୍ରୀଙ୍କୁ CAF ଫର୍ମ ପୂରଣ ବେଳେ ସମସ୍ତ ତଥ୍ୟ ସଠିକ୍ ଭାବେ ଭରିବାକୁ ପରାମର୍ଶ ଦେଇଛି। ଭୁଲ ତଥ୍ୟ କିମ୍ବା ତ୍ରୁଟି ଥିଲେ ଆବେଦନ ବାତିଲ ହୋଇପାରେ।