ଭୁବନେଶ୍ୱର: ଅନଲାଇନ୍ ନିବେଶ ନାଁରେ ବଢ଼ୁଥିବା ସାଇବର ଠକେଇକୁ ନେଇ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ସାଧାରଣ ଲୋକଙ୍କ ପାଇଁ ଜାରି କରିଛି ଜରୁରୀ ପରାମର୍ଶ। ‘ଅତ୍ୟଧିକ ଲାଭ’ର ପ୍ରତିଶ୍ରୁତି ଦେଇ ଠକମାନେ ଲୋକଙ୍କୁ ଫାନ୍ଦରେ ପକାଉଥିବାରୁ ସଚେତନ ରହିବାକୁ ପୋଲିସ ଆହ୍ୱାନ କରିଛି।
କମିଶନରେଟ୍ ପୋଲିସ X (ପୂର୍ବତନ ଟ୍ୱିଟର)ରେ ପୋଷ୍ଟ କରି କହିଛି ଯେ, “ଅଧିକ ଲାଭର ପ୍ରଲୋଭନ ହିଁ ଠକେଇର ସବୁଠାରୁ ବଡ଼ ସଙ୍କେତ।” ତେଣୁ କୌଣସି କମ୍ପାନୀ କିମ୍ବା ଇନଭେଷ୍ଟମେଣ୍ଟ ପ୍ଲାଟଫର୍ମରେ ଟଙ୍କା ଲଗାଇବା ପୂର୍ବରୁ ତାହାର ପଞ୍ଜୀକରଣ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।
ପୋଲିସର ୫ଟି ଜରୁରୀ ପରାମର୍ଶ
- ନିବେଶ ପୂର୍ବରୁ କମ୍ପାନୀର ରେଜିଷ୍ଟ୍ରେସନ୍ ଯାଞ୍ଚ କରନ୍ତୁ।
- ଅଜଣା ମୋବାଇଲ୍ ଆପ୍ ଓ ୱେବସାଇଟ୍ରେ ଟଙ୍କା ଲଗାନ୍ତୁ ନାହିଁ।
- OTP, PIN, ବ୍ୟାଙ୍କ ତଥ୍ୟ କିମ୍ବା ବ୍ୟକ୍ତିଗତ ସୂଚନା କାହା ସହ ସେୟାର କରନ୍ତୁ ନାହିଁ।
- ସନ୍ଦେହଜନକ ନିବେଶ ପ୍ରସ୍ତାବ ମିଳିଲେ ତୁରନ୍ତ ପୋଲିସକୁ ଜଣାନ୍ତୁ।
- ଅନଲାଇନ୍ ଠକେଇର ଶିକାର ହେଲେ ୧୯୩୦ କୁ କଲ୍ କରନ୍ତୁ କିମ୍ବା cybercrime.gov.in ରେ ଅଭିଯୋଗ କରନ୍ତୁ।
ପୋଲିସର ବାର୍ତ୍ତା ସ୍ପଷ୍ଟ “ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ; ଆପଣଙ୍କ କଷ୍ଟ ଅର୍ଜିତ ଟଙ୍କାକୁ ସୁରକ୍ଷା କରନ୍ତୁ।”