ଭୁବନେଶ୍ୱର: ଆଧ୍ୟାତ୍ମିକ ଶୈଳୀରେ ରୂପାନ୍ତରିତ ହେବ ରାଉରକେଲା ହନୁମାନ ବାଟିକା । ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡ (OBCC) ଦ୍ୱାରା ହାତକୁ ନିଆଯାଉଥିବା ନୂତନ ନିର୍ମାଣ କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ଶୈଳୀ ଓ ଭାବନାକୁ ଆଧାର କରି ଗଢ଼ିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଲୋକ ସେବା ଭବନରେ ରାଉରକେଲାର ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ ହନୁମାନ ବାଟିକାର ବିକାଶ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ସମୟରେ ବାଟିକା ପରିସର ମଧ୍ୟରେ ଚାଲିଥିବା ଏବଂ ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ସମେତ ଅନ୍ୟାନ୍ୟ ଆଧ୍ୟାତ୍ମିକ ସଂରଚନାର ନିର୍ମାଣ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବାଟିକାର ପବିତ୍ରତା ଓ ପ୍ରାକୃତିକ ପରିବେଶକୁ ଅକ୍ଷୁର୍ଣ୍ଣ ରଖି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ କରିବାକୁ କୁହାଯାଇଛି। ଏଥିସହିତ ବାଟିକା ବାହାରେ ଥିବା ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ସୌନ୍ଦର୍ଯ୍ୟକରଣ, ପ୍ରଶସ୍ତ ଗମନାଗମନ ପଥ ଏବଂ ଆଲୋକୀକରଣ କାର୍ଯ୍ୟ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ସମୀକ୍ଷା ସମୟରେ ବାଟିକା ପରିସର ମଧ୍ୟରେ ଚାଲିଥିବା ଏବଂ ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ସମେତ ଅନ୍ୟାନ୍ୟ ଆଧ୍ୟାତ୍ମିକ ସଂରଚନାର ନିର୍ମାଣ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବାଟିକାର ପବିତ୍ରତା ଓ ପ୍ରାକୃତିକ ପରିବେଶକୁ ଅକ୍ଷୁର୍ଣ୍ଣ ରଖି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ କରିବାକୁ କୁହାଯାଇଛି। ଏଥିସହିତ ବାଟିକା ବାହାରେ ଥିବା ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ସୌନ୍ଦର୍ଯ୍ୟକରଣ, ପ୍ରଶସ୍ତ ଗମନାଗମନ ପଥ ଏବଂ ଆଲୋକୀକରଣ କାର୍ଯ୍ୟ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।