କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଇଟାଭାଟି ମ୍ୟାନେଜରଙ୍କୁ ଗୁଳିମାଡ଼ । କେନ୍ଦ୍ରାପଡ଼ା ସଦର ଥାନା ଅନୁଆପଡାଠାରେ ଥିବା ଇଟାଭାଟିରେ ଗୁଳିମାଡ କରି ଫେରାର ହେଲେ ୪ ଦୁର୍ବୃତ୍ତ । ଗୁଳିମାଡ଼ରେ ଆହତ ହୋଇଛନ୍ତି ଗୌର ଚନ୍ଦ୍ର ରାଉତ ।
ସୂଚନା ଅନୁଯାୟୀ ଅନୁଆପଡ଼ାଠାରେ ଥିବା ଇଟାଭାଟିରେ ଗୌର ଚନ୍ଦ୍ର ରାଉତ ନିଜ କାମରେ ବ୍ୟସ୍ତ ଥିବା ସମୟରେ ହଠାତ୍ ଜଣେ ଦୁର୍ବୃତ୍ତ ତାଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା । ଗୁଳିଟି ଗୌର ଚନ୍ଦ୍ରଙ୍କ ଡାହାଣ ଗୋଡ଼ରେ ବାଜିଥିବା ଜଣାପଡ଼ିଛି । ଗୁଳିମାଡ଼ ପରେ ଘଟଣାସ୍ଥଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଆହତ ଗୌର ଚନ୍ଦ୍ରଙ୍କୁ ତୁରନ୍ତ ଚିକିତ୍ସା ପାଇଁ କେନ୍ଦ୍ରାପଡା ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।
ଦାଦା ବଟିକୁ କେନ୍ଦ୍ର କରି କିମ୍ବା ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ ସେନେଇ ସ୍ପଷ୍ଟ ହୋଇନି । ଖବର ପାଇ କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।