ନୂଆଦିଲ୍ଲୀ:ବାର କାଉସିଲ୍ ଅଫ୍ ଇଣ୍ଡିଆ (BCI) ଅଧ୍ୟକ୍ଷ ମନନ କୁମାର ମିଶ୍ରଙ୍କୁ ନେଇ ଦେଶର ଆଇନଗତ ମହଲରେ ବିବାଦ ତୀବ୍ରତର ହେବାରେ ଲାଗିଛି। ନାଲସାର୍ (NALSAR) ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ପରେ ଜାରି ହୋଇଥିବା ବିବାଦୀୟ ନିର୍ଦ୍ଦେଶକୁ ନେଇ ଶ୍ରୀ ମିଶ୍ରଙ୍କ ଉପରେ ଚାପ ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ ଆଇନଜୀବୀ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କର ଇସ୍ତଫା ଦାବି କରାଯାଇଛି।
ବାର କାଉସିଲ୍ ଅଧ୍ୟକ୍ଷ ମନନ କୁମାର ମିଶ୍ରଙ୍କ ନେତୃତ୍ୱକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ତାଙ୍କୁ ତୁରନ୍ତ ପଦରୁ ଓହରି ଯିବାକୁ କୁହାଯାଇଛି।ଏହି ବିବାଦକୁ ନେଇ ଅଲ୍ ଇଣ୍ଡିଆ ୟଙ୍ଗ ଆଡ୍ଭୋକେଟ୍ସ ଆସୋସିଏସନ୍ (AIYAA) ଏବଂ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଉଛି। ଦେଶର ବିଭିନ୍ନ ଆଇନଜୀବୀ ସଂଗଠନ ଏହି ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖି ବର୍ତ୍ତମାନର ପରିସ୍ଥିତିକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି।
ନାଲସାର୍ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ କେନ୍ଦ୍ର କରି BCI ପକ୍ଷରୁ ପୂର୍ବରୁ ଏକ କଠୋର ନିର୍ଦ୍ଦେଶନାମା ଜାରି କରାଯାଇଥିଲା, ଯାହାକୁ ନେଇ ସୋସିଆଲ ମିଡିଆ ଏବଂ ଆଇନଜୀବୀ ମହଲରେ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପରେ ଉକ୍ତ ନିର୍ଦ୍ଦେଶ ପ୍ରତ୍ୟାହୃତ ହୋଇଥିଲେ ମଧ୍ୟ ଏହାକୁ ନେଇ ଅସନ୍ତୋଷ ଥମି ନାହିଁ।
ବିଭିନ୍ନ ଆଇନଗତ ସଂଗଠନ ଏବଂ ପ୍ରତିବାଦକାରୀମାନେ ଅଭିଯୋଗ କରିଛନ୍ତି ଯେ ବାର କାଉସିଲ୍ ପରି ଏକ ସମ୍ବୈଧାନିକ ସଂସ୍ଥାର ମୁଖ୍ୟଙ୍କ ଏପରି ପଦକ୍ଷେପ ସଂସ୍ଥାର ଗାର୍ହିମା ଏବଂ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରୁଛି। ଏହି ପରିପ୍ରେକ୍ଷୀରେ Hindustan Times ଏବଂ Times of India ରିପୋର୍ଟ ମୁତାବକ, ଉତ୍ତରଦାୟିତ୍ୱ ନିଶ୍ଚିତ କରିବା ପାଇଁ ଶ୍ରୀ ମିଶ୍ର ନିଜ ପଦରୁ ଇସ୍ତଫା ଦେବାକୁ ଦାବି କରାଯାଇଛି।