ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଅଛନ୍ତି । ମୃତକ ମାନେ ହେଲେ ସୁନିଲ କାଣ୍ଡୁଲାନା ଓ ଲଳିତେଶ୍ୱର ପ୍ରଧାନ। ସୁନିଲଙ୍କ ଘର ଝାଡ଼ଖଣ୍ଡରେ ବୋଲି ଜଣାପଡ଼ିଛି । ସେହିପରି ଲଳିତେଶ୍ୱରଙ୍କ ଘର ଅନୁଗୁଳ ଜିଲ୍ଲାରେ ହୋଇଥିବା ପ୍ରାଥମିକ ସୂଚନାରୁ ସ୍ପଷ୍ଟ ହୋଇଛି ।
ସୁନ୍ଦରଗଡ଼ କୋଇଡା ଥାନା ୫୨୦ ନଂ ଜାତୀୟ ରାଜପଥରେ ବାଇକ ଓ ହାଇୱା ମୁହାଁମୁହିଁ ହୋଇଛି । ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା । ଅନ୍ୟ ଜଣେ ଗୁରୁତର । ମୃତ ଯୁବକ ଝାଡ଼ଖଣ୍ଡର ସୁନିଲ୍ କାଣ୍ଡୁଲାନା।
ସେହିପରି ବିଳମ୍ବିତ ରାତିରେ ଆଉ ଏକ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହେବାରୁ ଅନୁଗୋଳ ଜିଲ୍ଲାର ଲଳିତେଶ୍ୱରଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଦୁଇ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଖବରପାଇ କୋଇଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଗୁଡ଼ିକୁ ଜବତ କରିଛି । ଏହା ସହିତ ଦୁର୍ଘଟଣାଗ୍ରସ୍ତ ହାଇୱା ଏବଂ ବାଇକକୁ ଜବତ କରିଛି ।