ଭୁବନେଶ୍ୱର: ଦେଶର ଡିଜି ପଦବୀ ପାଇଁ ୩୩ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ମନୋନୀତ କରାଯାଇଛି । ସେଥିରେ ଓଡ଼ିଶା ପାଇଁ ୧୯୯୦ ବ୍ୟାଚର ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ ଓ ୧୯୯୫ ବ୍ୟାଚର ପଦ୍ମାକର ଏସ୍ ରଣପିସେଙ୍କୁ ମନୋନୀତ କରାଯାଇଛି ।
କେନ୍ଦ୍ର କ୍ୟାବିନେଟ୍ ନିଯୁକ୍ତି କମିଟି ପକ୍ଷରୁ ମଞ୍ଜୁରୀ ମିଳିଛି । ଓଡ଼ିଶା କ୍ୟାଡରର ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ ଏବଂ ପି ଏସ୍ ରଣପିସେ ଡିଜି ପାହ୍ୟା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସୁଧାଂଶୁ ଷଡ଼ଙ୍ଗୀ ବର୍ତ୍ତମାନ ଅଗ୍ନିଶମ ବିଭାଗ ଡିଜି ପଦନରେ ନିଯୁକ୍ତ ଅଛନ୍ତି । ସେହିପରି ରଣପିସେ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ରହିଛନ୍ତି । ସେ ସିଆଇଏସ୍ଏଫ୍ ଅତିରିକ୍ତ ଡିରେକ୍ଟର୍ ଜେନେରାଲ୍ ଭାବେ କାର୍ଯ୍ୟରତ ଅଛନ୍ତି । ଏହା ଦ୍ୱାରା ସେମାନେ କେନ୍ଦ୍ରରେ ବିଭିନ୍ନ ବିଭାଗରେ ଡିଜି ଦାୟିତ୍ୱ ସମ୍ଭାଳିବେ ।