ନୂଆଦିଲ୍ଲୀ: ଆଜିଠୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେଉଛି । ପ୍ରଥମ ମୁକାବିଲା ଧର୍ମଶାଳାରେ ଖେଳାଯିବ ଏବଂ ଅପରାହ୍ଣ ୧ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ । ଭାରତୀୟ ଦଳ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଆଜି ମଇଦାନକୁ ଓହ୍ଲାଇବ । ତେବେ ରୋହିତ ଶର୍ମା ଥିବାରୁ ଦଳର ମନବୋଳ ବେଶ ଉର୍ଦ୍ଧ୍ୱରେ ରହିଛି । ତେବେ କ୍ରିକେଟ୍ ପ୍ରେମୀଙ୍କ ପାଇଁ ନିରାଶଜନକ ଖବର ଏହା ଯେ, ଧର୍ମଶାଳାରେ ଆଜି ପାଗ ଖରାପ ରହିଛି ଏବଂ ବର୍ଷା ହେବାର ଅଧିକ ସମ୍ଭାବନା ରହିଛି । ତେଣୁ ମ୍ୟାଚ୍ ପୂରା ହେବା ନେଇ ଏବଂ ପୂରା ୫୦-୫୦ ଓଭର ଖେଳ ନେଇ ଆଶଙ୍କା ରହିଛି ।
ମ୍ୟାଚ୍ ପୂର୍ବ ଦିନଠୁ ଧର୍ମଶାଳାରେ ବର୍ଷା ହେଉଛି । ଆଜି ଧର୍ମଶାଳାରେ ବାଦଲ ଛାଇ ରହିପାରେ । ହେଲେ ସନ୍ଧ୍ୟା ସମୟରେ ବର୍ଷା ହେବାର ସମ୍ଭାବନା ରହିଛି । ଆକ୍ୟୁଦର ଅନୁଯାୟୀ, ଦ୍ୱିତୀୟ ଇନିଂସରେ ବର୍ଷା ଅନେକ ଥର ମ୍ୟାଚରେ ବାଧା ସୃଷ୍ଟି କରିପାରେ । ପାଣିପାଗ ନେଇ ଗତକାଲି ପାଣିପାଗ ବିଭାଗ ମଧ୍ୟ ଆଲର୍ଟ ଜାରି କରିଛି । ଜୁନ ୧୬ ପର୍ଯ୍ୟନ୍ତ ଧର୍ମଶାଳାରେ ବର୍ଷା ନେଇ ବିଭାଗ ସତର୍କ କରାଇଛି । ଆଜି ଧର୍ମଶାଳାର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ରହିପାରେ ।
ଭଲ ଫର୍ମରେ ନାହିଁ ଟିମ୍ ଇଣ୍ଡିଆ
ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସମାପ୍ତ ପରଠୁ ଭାରତୀୟ ଦଳର ଦିନିକିଆ ଫର୍ମ ଆଖିଦୃଶିଆ ରହିନାହିଁ । ଚାମ୍ପିଅନ୍ସ ଟ୍ରଫି ପରେ ଦଳ ୯ଟି ଦିନିକିଆ ଖେଳିଛି । ଏଥିରୁ ଭାରତୀୟ ଦଳ ୫ଟି ହାରିିଥିବା ବେଳେ ୪ଟି ଜିତିଛି । ଚାମ୍ପିଅନ୍ସ ଟ୍ରଫିରେ ଐତିହାସିକ ବିଜୟ ପରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ମଧ୍ୟ ଖେଳିଛି ।
ଭାରତୀୟ ଦଳ
ରୋହିତ ଶର୍ମା, ଶୁଭମନ ଗିଲ(ଅଧିନାୟକ), କେଏଲ ରାହୁଲ, ଯଶସ୍ୱୀ ଜୟସ୍ୱାଲ, ଇଶାନ କିଷନ, ଶ୍ରେୟସ ଆୟର, ୱାସିଂଟନ ସୁନ୍ଦର, ନୀତିଶ କୁମାର ରେଡ୍ଡୀ, ହର୍ଷ ଦୁବେ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଗୁରନୁର ବରାର, ପ୍ରସିଦ୍ଧ କୃଷ୍ଣ ଓ ପ୍ରିନ୍ସ ଯାଦବ ।
Also Read: ୩୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିବେ ରୋହିତ ଶର୍ମା, ଆଜି ରଚିବେ ଇତିହାସ !