ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଛି ୨ଟି ଡବଲ ଡେକର୍ ବସ୍ । ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ବର ଗାଡ଼କଣ ଡିପୋରେ ପହଞ୍ଚିଥିବା ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙକ ପକ୍ଷରୁ ସୂଚନା ଜାରି ହୋଇଛି । ଗତକାଲି ବସ୍ଟି ଆନ୍ଧ୍ରପ୍ରଦେଶ ବର୍ଡର ଅତିକ୍ରମ କରି ବ୍ରହ୍ମପୁରରେ ପହଞ୍ଚିବା ପରେ ସେଠାରୁ ଚାର୍ଜ ହୋଇ ଭୁବନେଶ୍ବର ଆସିଛି । ବସ୍ର ସାମ୍ନା ପଟରେ କୋଣାର୍କ ଚକ୍ର ଚିହ୍ନ ରହିଛି । ଏହା ସହିତ ବସ୍ରେ ଶ୍ରୀମନ୍ଦିର, ଧଉଳି ଶାନ୍ତି ସ୍ତୁପ ଓ କଟକ ବାଲିଯାତ୍ରାର ଝଲକ ଚିତ୍ରିତ ହୋଇଛି।
ସୂଚନା ଥାଉକି ଆସନ୍ତା ଜାନୁଆରୀ ୮ ରେ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ମହାରାଷ୍ଟ୍ରରୁ ୫ଟି ଇଲେକ୍ଟ୍ରି ଡବଲ ଡେକର ଓଡ଼ିଶା ଅଭିମୁଖେ ବାହାରିଥିଲା। ଡିସେମ୍ବର ୨୮ ରେ ଦୁଇଟି ବସ୍, ୩୧ ରେ ଗୋଟିଏ ଓ ଜାନୁଆରି ୧ ତାରିଖରେ ଆଉ ଦୁଇଟି ବସ୍ ଓଡ଼ିଶା ଅଭିମୁଖେ ବାହାରିଥିଲା। ଏହି ବସ୍ ସର୍ବ ଭାରତରେ ପ୍ରଥମ ବୋଲି କୁହାଯାଉଛି। ଥରେ ବିଦ୍ୟୁତ୍ ସଂଯୋଗ କଲେ ଏହା ପ୍ରା ୟ ୨୫୦ରୁ ୩ଶହ କିଲୋମିଟର ପର୍ଯ୍ୟନ୍ତ ଦୂରତା ଯାଇ ପାରିବ । ବସ୍ଟିରେ ୫୫ ସିଟ୍ ଥିବା ବେଳେ ଏହାର ଘଣ୍ଟାପ୍ରତି ବେଗ ୪୫ କିଲୋମିଟର ରହିବ । ପ୍ରଥମେ ପ୍ରବାସୀଙ୍କୁ ବୁଲାଇବା ପରେ ଏହି ବସ୍ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀରେ ଚାଲିବ ।