ଖରସ୍ରୋତା ନଦୀରେ ବୁଡ଼ି ୨ ଭାଇ ନିଖୋଜ ହୋଇଯାଇଛନ୍ତି। ଆଜି ଦୁଇ ଭାଇ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି। ତେବେ ନିଖୋଜ ହୋଇଯାଇଥିବା ଦୁଇ ଭାଇ ଶିବାନନ୍ଦ ନଗରର ହୋଇଥିବା ସୂଚନା ମିଳିଛି। ତେବେ ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ଉଭୟଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଛନ୍ତି।
ସୂଚନା ଅନୁସାରେ, ଆଜି ସକାଳେ ଶିବାନନ୍ଦ ନଗରର ଦୁଇ ଭାଇ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଗାଧେଇବା ବେଳେ ସାମାନ୍ୟ ଅସାବଧାନତା ଯୋଗୁଁ ବଡ ଭାଇଙ୍କର ଗୋଡ ଖସି ଯାଇ ସେ ପାଣିରେ ବୁଡି ଯାଇଥିଲେ। ତେବେ ବଡ ଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ନଦୀରେ ବୁଡି ଯାଇଥିବା ସୂଚନା ମିଳିଛି। ତେବେ ଖବର ପାଇ ଘଟଣାସ୍ଥଳରେ ଯାଜପୁର ରୋଡ୍ ପୁଲିସ ଓ ଦମକଳ ବାହିନୀ ପହଂଚିଥିଲେ। ଦମକଳ ବାହିନୀ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଖୋଜାଖୋଜି ଜାରି ରହିଛି। ଏପରିକି ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ ମଧ୍ୟ ତଦନ୍ତ ଜାରି ରହିଛି।