ବାଇକ୍ ଚୋରି ଘଟଣାରେ କେନ୍ଦୁଝର ଟାଉନ ଥାନା ପୋଲିସକୁ ମିଳିଲା ସଫଳତା । ଦିନକୁ ଦିନ କେନ୍ଦୁଝର ଜିଲ୍ଲାରେ ବାଇକ୍ ଚୋରି ଘଟଣା ପୋଲିସର ଦୃଷ୍ଟି ଗୋଚର ହେଉଥିଲା କିନ୍ତୁ ପୋଲିସ ଏହାର କୌଣସି ସନ୍ଧାନ ପାଇନଥିଲା । କିନ୍ତୁ ଏବେ କେନ୍ଦୁଝର ପୋଲିସ ୫ ଚୋରି ବାଇକକୁ ଜବତ କରିବା ସହିତ ୨ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ଦ୍ଵୟଙ୍କ ପରିଚୟ ମିଳିଥିବା ସୂଚନା ମିଳିଛି । ବାଇକ ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତର କୌଣସି ସନ୍ଧାନ ମିଳିନାହିଁ । ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଘଟଣାର ଯାଞ୍ଚ କରୁଛି । ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ସେମାନେ ଏହି ବାଇକ୍ ଚୋରକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲେ । ପରେ ସେମାନେ ୫ ବାଇକକୁ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛନ୍ତି ।
ଆଗକୁ ପଢ଼ନ୍ତୁ : ଏନକାଉଣ୍ଟରରେ ନକ୍ସଲ ନିହତ