ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛନ୍ତି। ତେବେ ଏହି ଏନକାଉଣ୍ଟର ଛତିଶଗଡ ସୁକମାରେ ହୋଇଛି। ସୁକମାରେ ମାଓବାଦୀମାନେ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀମାନେ ଅପରେସନ୍ ଆରମ୍ଭ କରିଥିଲେ। ଏନକାଉଣ୍ଟର ପରେ ସୁରକ୍ଷାକର୍ମୀମାନେ ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।
ସୂଚନା ମୁତାବକ , ଛତିଶଗଡ ସୁକମାରେ ଏନକାଉଣ୍ଟରରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି। ତେବେ ଏହି ଏନକାଉଣ୍ଟର ସୁରକ୍ଷାକର୍ମୀମାନଙ୍କ ଦ୍ୱାରା କରାଯାଇଛି। ବିଶେଷ ସୂତ୍ରରୁ ସୁରକ୍ଷାକର୍ମୀମାନେ ଖବର ପାଇଥିଲେ ଯେ ସୁକମାରେ ମାଓବାଦୀମାନେ ଲୁଚି ରହିଛନ୍ତି। ଏହାପରେ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରୁ ଜଣେ ମାଓବାଦୀଙ୍କ ମୃତଦେହ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ତେବେ ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ସୂଚନା ମିଳିଛି। ଏହାସହିତ ଏ ସମସ୍ତ ଘଟଣା ବାବଦରେ ଅଧିକ ତଦନ୍ତ ମଧ୍ୟ ଜାରି ରହିଛି।