ରବିବାର ରାତିରେ ଉଦ୍ଧାର ହୋଇଛି ୧୮ ଫୁଟ୍ ର ଅଜଗର ସାପ । ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ଆଛନ୍ଦ ଗ୍ରାମରୁ ଅଜଗର ସାପକୁ ଉଦ୍ଧାର କରାଯାଇଛି । ଗତକାଲି ରାତିରେ ଗ୍ରାମର ନରି ବେହେରାଙ୍କ କୁକୁଡ଼ା ଫାର୍ମରେ ୧୮ ଫୁଟ୍ ର ଅଜଗର ସାପ ଦେଖିବାକୁ ମିଳିଛି । ସାପକୁ ଦେଖି ସାପ ଉଦ୍ଧାରକାରୀ ଦଳକୁ ସୂଚନା ଦିଆଯାଇଥିଲା । ଖବର ପାଇ ସାପ ଉଦ୍ଧାରକାରୀ ଦଳ ଫାର୍ମରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ । ୧୮ ଫୁଟ୍ ର ସାପକୁ ଦେଖି ଭୟଭୀତ ହୋଇଯାଇଥିଲେ ସ୍ଥାନୀୟ ଲୋକେ । କିନ୍ତୁ ସାପକୁ ଦେଖିବା ପାଇଁ ସ୍ଥାନୀୟ ଲୋକ ଭିଡ ମଧ୍ୟ ଜମାଇଥିଲେ । ସାପ ଉଦ୍ଧାରକାରୀ ଦଳ ସାପଟିକୁ ଉଦ୍ଧାର କରି କପିଳାସ ଜଙ୍ଗଲରେ ଛାଡ଼ି ଦେଇଥିଲେ । ସାପ ଉଦ୍ଧାରକାରୀ ଦଳର ସଦସ୍ୟ ସୂର୍ଯ୍ୟକାନ୍ତ ବେହେରା ଏହି ସୂଚନା ଦେଇଥିଲେ ।
ଅଧିକ ପଢନ୍ତୁ : ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା : ମାମଲାର ତଦନ୍ତ ପାଇଁ NHRC ନୋଟିସ୍