ନୟାଗଡ : ଆଜି ୧୨ ଘଣ୍ଟିଆ ନୟାଗଡ ବନ୍ଦ ଡାକରା। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କରାଯିବ ବନ୍ଦ ପାଳନ। ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜୟ ନୟାଗଡ ଫାଉଣ୍ଡେସନ ତରଫରୁ ହୋଇଛି ଏହି ବନ୍ଦ ପାଳନ। ସକାଳୁ ସକାଳୁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦୃଷ୍ଟିରୁ ଗାଡି ଚଳାଚଳ ଚାଲୁ ରହିଛି। ତେବେ ଶାନ୍ତି ଶୃଙ୍ଖଳାରେ ଏହି ବନ୍ଦ ପାଳନ ହେଉଥିବା ନେଇ ଜୟ ନୟାଗଡ ଫାଉଣ୍ଡେସନ କହିଛି।
ସୂଚନା ଅନୁସାରେ , ଦୀର୍ଘଦିନ ହେବ ଜୟ ନୟାଗଡ ଫାଉଣ୍ଡେସନ ତରଫରୁ ନୟାଗଡ ସଦରମହକୁମାରେ ମେଡିକାଲ କଲେଜ ସ୍ଥାପନ କରିବାକୁ ଦାବି କରାଯାଇ ଆସୁଥିଲା। ତେବେ ବଜେଟରେ ନୟାଗଡ ପାଇଁ ହୋମିଓପାଥିକ କଲେଜ ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି। ସରକାରଙ୍କ ନିଷ୍ପତ୍ତିକୁ ଜନସାଧାରଣ ସ୍ୱାଗତଯୋଗ୍ୟ କରିଥିଲେ ଗ୍ରହଣ କରିଥିଲେ। କିନ୍ତୁ ନୟାଗଡରେ ଭେଷଜ ମହାବିଦ୍ୟାଳୟ ନଥିବାରୁ ଖୋଲିବା ପାଇଁ ଦାବି ହୋଇଛି।
ଅଧିକ ପଢନ୍ତୁ ; ପୋଲିସ ହାତରେ ଧରାପଡିଲା ଅପହରଣକାରୀ ପ୍ରେମିକ