ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ପିପିଲିର ବହୁଚର୍ଚ୍ଚିତ କିନ୍ନର ଅଞ୍ଜଳି ହତ୍ୟା ମାମଲାରେ ଆଜି ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପିପିଲି ପୁଲିସ। ତୃତୀୟ ଅଭିଯୁକ୍ତ ଛବିନ କାଣ୍ଡି ଓରଫ ମୁନାକୁ ରାମଚଣ୍ଡୀ ଥାନା ଅଞ୍ଚଳରୁ ଗିରଫ କରାଯାଇଛି। ୨୦ ଦିନ ପରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ରାମଚଣ୍ଡୀ ଅଂଚଳ ଗହୀର ମଝିରେ ଏକୁଟିଆ ରହୁଥିବା ବେଳେ ପୋଲିସ ତାକୁ କାବୁ କରିବାରେ ସକ୍ଷମ ହୋଇଛି। ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି ପୋଲିସ। ଗତ ଫେବୃଆରୀ ୧୧ରେ ଅଭିଯୁକ୍ତ କ୍ରିଷ୍ଣା କାଣ୍ଡିକୁ ପୁଲିସ ଏନ୍କାଉଣ୍ଟର କରିଥିଲା।
ସୂଚନା ଅନୁଯାଇ, ସାଲେପୁର ଅଞ୍ଚଳର ଦିନେଶ ଓରଫ ସୋନାକୁ ଗତ ୧ ତାରିଖ ରବିବାର ସନ୍ଧ୍ୟା ୮ଟାରୁ ସାଢେ ୮ଟା ମଧ୍ୟରେ ପିପିଲି ଥାନା ଅନ୍ତର୍ଗତ ସିଫା ନିକଟରେ କେହି ଦୁର୍ବୁତ୍ତ ବିଭତ୍ସ ଭାବେ ମାରଣାସ୍ତ୍ରରେ ହାଣି ହତ୍ୟା କରିଥିଲେ।
ଜାତୀୟ ରାଜପଥ ପାଶ୍ୱର୍ରେ ଘଟିଥିବା ଏହି ହତ୍ୟାକାଣ୍ଡ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ପିପିଲି ପୁଲିସ ଘଟଣାସ୍ଥଳରେ ତନାଘନା ତଦନ୍ତ ଚଳାଇବା ସହ ରକ୍ତଭିଜା ମାଟି, ନକଲି ଚୁଳ, ଚପଲ, ଅନ୍ତବସ୍ତ୍ର ଓ ଅନ୍ୟ କେତେକ ଜିନିଷକୁ ଜବତ କରିଥିଲା।
ଅଧିକ ପଢନ୍ତୁ: ଫେବୃଆରୀ ୨୬ରୁ ଓଡ଼ିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍; ସମ୍ବଲପୁର, ଝାରସୁଗୁଡା ଗସ୍ତ ସହ ପୁରୀରେ ମହାପ୍ରଭୁଙ୍କୁ କରିବେ ଦର୍ଶନ