ଭୁବନେଶ୍ୱର: ଆସନ୍ତା ୨୬ରେ ଓଡ଼ିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ। ଫେବୃଆରୀ ୨୬ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ୪ ଦିନିଆ ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ। ଏଥିରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓ ସଦସ୍ୟଙ୍କ ସହ ୧୦ ଜଣିଆ ଟିମ୍ ରେ ଓଡିଶାକୁ ଆସିବେ। ଏହି ୪ ଦିନିଆ ଗସ୍ତ ସମୟରେ ସମ୍ବଲପୁର ଓ ଝାରସୁଗୁଡା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ନେଇ ସୂଚନା ମିଳିଛି।
ମହାନଦୀ ହେଉଛି ଓଡ଼ିଶାର ଜୀବନ ରେଖା। ମହାନଦୀ ଜଳ ବିବାଦ, ୨୦୧୬ ମସିହାରୁ ଓଡିଶା ଓ ପଡୋଶୀ ଛତିଶଗଡ ମଧ୍ୟରେ ଏକ ପ୍ରମୁଖ ସମସ୍ୟା ହୋଇ ରହିଛି। ଆଜି ପର୍ଯ୍ୟନ୍ତ ଏହାର ସମାଧାନର ବାଟ ବାହାରି ପାରିନାହିଁ।
ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଛି ମହାନଦୀ ଜଳ ବିବାଦ ଶୁଣାଣି ହେବ। ଟ୍ରିବ୍ୟୁନାଲ ସ୍ପଟ୍ ଭିଜିଟ୍ କରି ସାରିବା ପରେ ମାର୍ଚ୍ଚ ୧୪ ତାରିଖରେ ଶୁଣାଣି ହେବ। ଏପ୍ରିଲ ୧୩ ତାରିଖରେ ଟ୍ରିବ୍ୟୁନାଲ ଅବଧି ଶେଷ ହେବାକୁ ଯାଉଛି। ଓଡିଶା ଏବଂ ଛତିଶଗଡ ଟ୍ରିବ୍ୟୁନାଲ ଅବଧି ବୃଦ୍ଧି ପାଇଁ ଅନୁରୋଧ କରିସାରିଛନ୍ତି। ୨୦୨୭ ମାର୍ଚ୍ଚ ମାସ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।
ଅଧିକ ପଢନ୍ତୁ: ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲରେ ୫୦ ତମ ଶୁଣାଣି; ଓଡିଶାକୁ ମିଳିବ କି ନ୍ୟାୟ, ରହିଛି ନଜର