ଭୁବନେଶ୍ୱର: ଆଜି ବିଧାନସଭା ବଜେଟ୍ ଅଧିବେଶନର ଷଷ୍ଠ ଦିନ। ପ୍ରଶ୍ନତ୍ତୋର କାଳ ଆରମ୍ଭ ହେବ ମାତ୍ରେ ବିରୋଧୀମାନେ ହୋହାଲ୍ଲା ଏବଂ ନାରାବାଜି କରିଥିଲେ। ଚାଷୀଙ୍କ ସମସ୍ୟାକୁ ନେଇ ତେଜିଛନ୍ତି ବିରୋଧୀ। କୌଣସି ମତରେ ଗୃହକାର୍ଯ୍ୟ ସଠିକ୍ ଭାବେ ସମ୍ପାଦନ ହୋଇପାରୁନାହିଁ।
ଆଜି ବିଜେଡି ସଦସ୍ୟମାନେ ଗୃହରେ ଚାଷୀ ପ୍ରସଙ୍ଗ ଉଠାଇଥିବାବେଳେ କଂଗ୍ରେସ ଏପିଷ୍ଟିନ୍ ଫାଇଲ୍ ଘଟଣା ଉଠାଇ ହୋହାଲ୍ଲା କରି ଗୃହ ଚଳେଇବାକୁ ଦେଇନଥିଲେ । ବାଚସ୍ପତି ସୁରମା ପାଢୀଙ୍କ ବାରମ୍ବାର ଅନୁରୋଧ ସତ୍ୱେ ବି ହୋଇପାରିନି ଗୃହକାର୍ଯ୍ୟ। ଫଳରେ ମାତ୍ର ୬ ମିନିଟ୍ ପ୍ରଶ୍ନୋତ୍ତର ଚାଲିବା ପରେ ୧୧ଟା ୩୦ ପର୍ଯ୍ୟନ୍ତ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିଛନ୍ତି।