ଭୁବନେଶ୍ୱର : ରାଜଧାନୀରେ ହିଟ୍ ଆଣ୍ଡ ରନ୍। ମହିଳାଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଇନୋଭା କାର। ଗୁରୁତର ଅବସ୍ଥାରେ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭୁବନେଶ୍ୱର କୋର୍ଟ ସାମ୍ମାରେ ଘଟିଛି ଏହି ଦୁର୍ଘଟଣା। ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଇନୋଭା କାର୍ ଫେରାର ମାରିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଆଧାରରେ କରୁଛି ଘଟଣାର ତଦନ୍ତ।
ସୂଚନା ଅନୁସାରେ, ଆଜି ସକାଳୁ ଗୁରୁତର ମହିଳା ଜଣଙ୍କ ନିଜ ସ୍ୱାମୀ ଓ ପିଲା ସହ ବାଇକରେ କୌଣସି କାମ ପାଇଁ ଯାଉଥିଲେ। ଏହି ସମୟରେ ହଠାତ ବିପରୀତ ଦିଗରେ ଆସୁଥିବା ଏକ ଇନୋଭା କାର୍ଟି ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ଯାହାଫଳରେ ମହିଳା ଜଣଙ୍କ ବାଇକରୁ ଖସି ପଡ଼ିଥିଲେ। ଯାହାପରେ ଇନୋଭା କାର୍ଟି ତାଙ୍କ ମୁଣ୍ଡ ଉପରେ ଚଢ଼ିଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଇନୋଭା କାର୍। ତେବେ ଉକ୍ତ ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଘଟଣାର ତଦନ୍ତ କରୁଛି। ତେବେ ଉକ୍ତ ଦୁର୍ଘଟଣାରେ ମହିଳାଙ୍କ ସ୍ୱାମୀ ଏବଂ ତାଙ୍କ ଛୁଆର କୌଣସି କ୍ଷତି ହୋଇନାହିଁ।
ଅଧିକ ପଢନ୍ତୁ ; ତଳେ ପଡ଼ିଛି ମହିଳାଙ୍କର ନିବସ୍ତ୍ର ମୃତଦେହ, କାନ୍ଥରେ ଝୁଲୁଛି କପଡ଼ା