ଭୁବନେଶ୍ୱର : ୨୭ ତମ ବିହାରୀଲାଲ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲରେ ବାଜି ମାରିଲା ରାମେଶ୍ୱର ସ୍ପୋର୍ଟିଙ୍ଗ ଦଳ। ୧୬ ଟି ଦଳ ମଧ୍ୟରେ କମାଲ ପାରି ଖେଳି ହାତେଇଛି ବିଜୟର ଟ୍ରଫି। ବିହାରୀଲାଲ ସ୍ପୋର୍ଟ୍ସ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥି ରୂପେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଓଡିଶା ଅଲମ୍ପିକ ଆସୋସିଏସନ ସଭାପତି ସମୀର ମହାନ୍ତି ଯୋଗ ଦେଇ ବିଜୟୀ ଦଳକୁ ଟ୍ରଫି ଏବଂ ପୁରସ୍କାର ରାଶି ପ୍ରଦାନ କରିଥିଲେ।
ସୂଚନା ଅନୁସାରେ, ବିଗତ ଚାରିଦିନ ଧରି ବିହାରୀଲାଲ କ୍ରିକେଟ ଟୁର୍ନାମେଣ୍ଟ ରାଜଧାନୀ ଭୁବନେଶ୍ୱରର ଏକ ଖେଳ ପଡିଆରେ ଆୟୋଜିତ ହୋଇଥିଲା। ପ୍ରତ୍ୟକ ଦିନ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଖେଳ ପ୍ରେମୀ ଦେଖିବାକୁ ପାଇଥିଲେ। ୧୬ ଟି ଦଳ ମଧ୍ୟରେ ଦୁଇଟି ଟିମ ଅନୁସାରେ ହୋଇଥିଲା ମ୍ୟାଚ। ପ୍ରତ୍ୟକ ମ୍ୟାଚରେ ଭଲ ପ୍ରଦର୍ଶନ କରି ଆସୁଥିଲା ରାମେଶ୍ୱର ସ୍ପୋର୍ଟିଙ୍ଗ ଦଳ। ଆଉ ଶେଷରେ ଫାଇନାଲ ମ୍ୟାଚରେ କିଶୋର କ୍ଲବକୁ ୩ ୱିକେଟରେ ହରାଇ ଟ୍ରଫିକୁ ନିଜ ନାଁରେ କରିଛି ରାମେଶ୍ୱର ସ୍ପୋର୍ଟିଙ୍ଗ ଦଳ।
ଅଧିକ ପଢନ୍ତୁ ; ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନନ୍ୟ ରେକର୍ଡ ସ୍ଥାପନ କଲେ ଭାରତୀୟ ବୋଲର ବୁମରା