ନୂଆଦିଲ୍ଲୀ: ଇରାନରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ତେହରାନ ସ୍ଥିତ ଭାରତୀୟ ଦୂତାବାସ ନିଜର ସମସ୍ତ ନାଗରିକଙ୍କୁ ତୁରନ୍ତ ଦେଶ ଛାଡିବାକୁ କଡା ନିର୍ଦ୍ଦେଶ ଜାରି କରିଛି । ଦୂତାବାସ ଏକ୍ସରେ ମାର୍ଗଦର୍ଶିକା ଜାରି କରି କହିଛି ଯେ, ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ ଓ ପର୍ଯ୍ୟଟକ ସହିତ ସମସ୍ତ ଭାରତୀୟ ନିଜ ସାଧନ ଅନୁଯାୟୀ ଯଥା ସମ୍ଭବ ଇରାନ ଛାଡି ଦିଅନ୍ତୁ । ଏହା ପୂର୍ବରୁ ମଧ୍ୟ ଦୂତାବାସ ଗତ ମାସ ୬ ଓ ୧୪ ତାରିଖରେ ଆଡଭାଇଜରି ଜାରି କରିଥିଲା । କିନ୍ତୁ ଏବେ ସ୍ଥିତି ଆହୁରି ସଙ୍ଗୀନ ହୋଇଛି ।
ଦୂତାବାସ ଏହା ମଧ୍ୟ କହିଛି ଯେ, ଇରାନ ଛାଡିବା ସହ ଉକ୍ତ ଦେଶରେ ହେଉଥିବା ବିରୋଧ ପ୍ରଦର୍ଶନ କିମ୍ବା ଧାରଣାସ୍ଥଳରୁ ଦୂରେଇ ରୁହନ୍ତୁ । ଭାରତୀୟ ଦୂତାବାସ ସହ ସର୍ବଦା ଯୋଗାଯୋଗରେ ରୁହନ୍ତୁ । ସ୍ଥାନୀୟ ମିଡିଆ ଉପରେ ନଜର ରଖନ୍ତୁ । ସମସ୍ତ ଭାରତୀୟଙ୍କୁ ନିଜର ପାସପୋର୍ଟ, ଆଇଡି ଓ ଅନ୍ୟ ଯାତ୍ରାକାଳୀନ କାଗଜପତ୍ର ସର୍ବଦା ପ୍ରସ୍ତୁତ କରି ରଖନ୍ତୁ । କୌଣସି ପ୍ରକାରର ସହାୟତ ପାଇଁ ଦୂତାବାସ ସହ ଯୋଗାଯୋଗ କରନ୍ତୁ ।
ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରିଛି । ଯାହା ଜରିଆରେ ଦୂତାବାସ ସହ ଯୋଗାଯୋଗ କରାଯାଇ ପାରିବ ।
+୯୮ ୯୧୨ ୮୧୦ ୯୧୧୫
+୯୮ ୯୧୨ ୮୧୦ ୯୧୦୯
+୯୮ ୯୧୨ ୮୧୦ ୯୧୦୨
+୯୮ ୯୯୩ ୨୧୭ ୯୩୫୯
ଇରାନରେ ପରିସ୍ଥିତି
ଜାନୁଆରୀ ୨୦୨୬ ରେ ଦେଶବ୍ୟାପୀ ପ୍ରତିବାଦ ସମୟରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ, ଯାହା ଫଳରେ ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଫେବୃଆରୀ ୨୦୨୬ ରେ ବିଶ୍ୱବିଦ୍ୟାଳୟଗୁଡ଼ିକ ପୁନର୍ବାର ଖୋଲିବା ସହିତ, ଛାତ୍ରମାନେ ଗଣ ବିରୋଧ ଆରମ୍ଭ କରିଥିଲେ। ତେହେରାନ, ମାଶାଦ ଏବଂ ଅନ୍ୟାନ୍ୟ ସହରରେ ପ୍ରଦର୍ଶନ ହେଉଛି, ଯାହା ସୁରକ୍ଷା ବାହିନୀ ସହିତ ସଂଘର୍ଷର କାରଣ ପାଲଟିଛି।
Also read: ଭାରତର ବଡ କ୍ଷତି, ଆଉ ଏକ ତେଜସ ବିମାନ ଦୁର୍ଘଟଣାଗ୍ରସ୍ତ; ଏ ପର୍ଯ୍ୟନ୍ତ ୩ ଖରାପ