ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପୁଣି ଏକ ବଡ କ୍ଷତି ଘଟିଛି । ଏକ ତେଜସ ଲଢୁଆ ବିମାନ ବ୍ରେକ ଫେଲ୍ ହେବାରୁ ଏୟାରବେସ ରନୱେରୁ ଆଗକୁ ଖସି ଯାଇଛି । ଏଥିରେ ବିମାନ ବହୁତ କ୍ଷତି ଘଟିଛି । ଏହି ଫେବୃଆରୀ ଆରମ୍ଭ ହୋଇଥିଲେ ହେଁ ଏହି ଖବର ରବିବାର ସାମ୍ନାକୁ ଆସିଛି । ଏହି ଘଟଣାରେ ବିମାନର ପାଇଲଟ୍ ସୁରକ୍ଷିତ ଭାବେ ବିମାନରୁ ବାହାରି ପାରିଛନ୍ତି ।
ବିମାନ ପ୍ରଶିକ୍ଷଣ ଉଡାଣ ଭରିବା ପରେ ବେସକୁ ଫେରୁଥିଲା । ଫେବୃଆରୀ ୭ରେ ଏହି ଦୁର୍ଘଟଣା ଘଟିଥିଲେ ହେଁ, ଭାରତୀୟ ବାୟୁସେନା ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇ ନାହିଁ । ସୂତ୍ର ଅନୁସାରେ, ଏହି ଘଟଣା ପରେ ଭାରତୀୟ ବାୟୁସେନା ବ୍ୟାପକ ଯାନ୍ତ୍ରିକ ଯାଞ୍ଚ ପରେ ପ୍ରାୟ ୩୦ ସିଙ୍ଗିଲ ସିଟ ବିଶିଷ୍ଟ ତେଜସ ବିମାନର ପୂରା ୟୁନିଟକୁ ଉଡାଣ ଭରିବା ଉପରେ ରୋକ୍ ଲଗାଯାଇଛି.
ତେଜସ ଜେଟ୍ ସହ ଏହା ତୃତୀୟ ଦୁର୍ଘଟଣା । ପ୍ରଥମ ଦୁର୍ଘଟଣା ୨୦୨୪ ମାର୍ଚ୍ଚରେ ଘଟିଥିଲା । ଜୈସଲମେର ନିକଟରେ ଏକ ତେଜସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦ୍ୱିତୀୟ ଘଟଣା ୨୦୨୫ ନଭେମ୍ବରରେ ଦୁବାଇ ଏୟାରଶୋରେ ପ୍ରଦର୍ଶନ ସମୟରେ ତେଜସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ସେନାର ଉପପ୍ରମୁଖ ଏୟାର ମାର୍ଶଲ ନାଗେଶ କପୁର ଫେବୃଆରୀ ୧୧ରେ କହିଥିଲେ ଯେ, ଭାରତୀୟ ବାୟୁସେନା ନିଜ ୟୁନିଟରେ ନୂଆ ପିଢିର ଆଉ ଅଧିକ ବିମାନକୁ ସାମିଲ୍ କରିବାକୁ ଇଚ୍ଛୁକ । କପୁର ବାୟୁ ଶକ୍ତି ଅଭ୍ୟାସରେ ସମ୍ବୋଧିତ କରିଥିଲେ ।
Also read: ଆଜି ପ୍ରଶ୍ନତ୍ତୋର କାଳ ଆରମ୍ଭରୁ ହୋହାଲ୍ଲା; ୧୧ଟା ୩୦ ଯାଏଁ ଗୃହ ମୁଲତବୀ