ଭୁବନେଶ୍ୱର: ରାଜ୍ୟରେ ଫେବୃଆରୀ ୧୨, ୨୦୨୬ମସିହା ସୁଦ୍ଧା ବିଭିନ୍ନ ସରକାରୀ ବିଭାଗରେ ୯୪,୪୮୫ଟି ପଦବୀ ଖାଲି ରହିଛି। ଏନେଇ ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ବିଧାୟକ ଚକ୍ରମଣି କହଁରଙ୍କ ଦ୍ୱାରା ପଚାର ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ତଥ୍ୟ ପ୍ରଦାନ କରିଛନ୍ତି।
୯୪,୪୮୫ ସରକାରୀ ପଦବୀ ମଧ୍ୟରୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗରେ ସର୍ବାଧିକ ୨୦,୨୮୯ ପଦବୀ ଖାଲି ପଡ଼ିଛି। ଏହା ପଛକୁ ଗୃହ ବିଭାଗରେ ୧୬,୦୩୨ ପଦବୀ ଖାଲି ପଡ଼ିଛି, ସେହିପରି ସ୍ୱାସ୍ଥ୍ୟ ବିଭାଗରେ ୧୦,୪୫୭ ପଦବୀର ଅଭାବ ରହିଛି।
୧୨ ଜୁନ୍ ୨୦୨୪ ରୁ ୧୨ ଫେବୃଆରୀ ୨୦୨୬ ମଧ୍ୟରେ, ସରକାର ବିଭିନ୍ନ ବିଭାଗରେ ୩୯,୫୦୫ ନିଯୁକ୍ତି ପାଇଛନ୍ତି। ଏହି ନିଯୁକ୍ତି ସତ୍ତ୍ୱେ, ବହୁ ସଂଖ୍ୟକ ଖାଲି ପଦବୀ ପ୍ରଶାସନିକ ଦକ୍ଷତା ଏବଂ ସେବା ପ୍ରଦାନକୁ ପ୍ରଭାବିତ କରୁଛି।
ଅଧିକ ପଢନ୍ତୁ: ଗତ ୫ ବର୍ଷରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ୩୧୦ ସରକାରୀ ବାବୁ